ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଲେଖି ବନ୍ଧା ହେଲେ ସରକାରୀ ବାବୁ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ଫେସ୍ବୁକ୍ ଅଶ୍ଲୀଳ ମନ୍ତବ୍ୟ ପୋଷ୍ଟ କରିବା ଜଣେ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି । ଜଣେ ସରକାରୀ କର୍ମଚାରୀ ହୋଇ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଅଶ୍ଲୀଳ ମନ୍ତବ୍ୟ ଲେଖି ଫେସବୁକ୍ରେ ପୋଷ୍ଟ କରିବା ପରେ ଏହା ବେଶ୍ ଭାଇରାଲ ହୋଇଥିଲା। ଏପରିକି ଉକ୍ତ ପୋଷ୍ଟକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଶେଷରେ ପୋଲିସ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି। ୟୁପିର ବାସିନ୍ଦା ନିଜାମୁଦ୍ଦିନ ସିଦ୍ଦିକ୍ ପୂର୍ତ୍ତ ବିଭାଗରେ କିରାଣୀ ଭାବେ କାର୍ଯ୍ୟରତ। ଗତ ଅଗଷ୍ଟ ୨୮ରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଫେସବୁକ୍ରେ ପୋଷ୍ଟ କରିଥିଲେ।
ହେଲେ ଜଣେ ସରକାରୀ କର୍ମଚାରୀ ହୋଇ ବି ସେ ଜାଣିନଥିଲେ, ଏହା ତାଙ୍କୁ ମହଙ୍ଗା ପଡିବ। ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହୋଇଥିଲା। ଫେସବୁକ ୟୁଜରମାନେ ଅନେକ ସମାଲୋଚନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏନେଇ ଯୋଗୀଙ୍କ ସମର୍ଥକଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉତ୍ତର ପ୍ରଦେଶର ବାନ୍ଦା ପୋଲିସ ମାମଲା ରୁଜୁ କରି ଘଟଣାର ଛାନ୍ଭିନ୍ ଆରମ୍ଭ କରିଥିଲା । ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବ୍ୟକ୍ତି ଜଣଙ୍କୁ ଖୋଜିବା ପାଇଁ ପୋଲିସ ଲାଗିପଡିଥିଲା। ଅନେକ ସନ୍ଧାନ ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜି ପାଇଥିଲା । ସମ୍ପୃକ୍ତ ବ୍ୟକ୍ତି ଏକ ସରକାରୀ କର୍ମଚାରୀ ଥିବାର ପୋଲିସ ଜାଣିବାକୁ ପାଇଥିଲା । ଅଭିଯୁକ୍ତ ଜଣକ ପୂର୍ତ୍ତ ବିଭାଗରେ କ୍ଲର୍କ ଭାବେ କାର୍ଯ୍ୟ କରୁଥିବାର ଜାଣିବାକୁ ପାଇଥିଲା। ଶେଷରେ ଅଭିଯୁକ୍ତ ସିଦ୍ଦିକିଙ୍କୁ ଖାଇମପର ଅଞ୍ଚଳରୁ ପୋଲିସ୍ ଗିରଫ କରିଥିଲା।