34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆସାମରେ ବନ୍ୟା : ୧୫ ଜିଲ୍ଲାରେ ୨.୨୫ ଲକ୍ଷ ଲୋକ ପ୍ରଭାବିତ

ଆସାମରେ ବନ୍ୟା : ୧୫ ଜିଲ୍ଲାରେ ୨.୨୫ ଲକ୍ଷ ଲୋକ ପ୍ରଭାବିତ

ଗୁଆହାଟୀ: ପ୍ରବଳ ବର୍ଷା ଯୋଗୁଁ ଆସାମରେ ବନ୍ୟା ସୃଷ୍ଟି ହୋଇଛି। ରାଜ୍ୟର ୧୫ଟି ଜିଲ୍ଲାରେ ବନ୍ୟା ଲୋକଙ୍କ ପାଇଁ ଦାଉ ସାଜିଛି। ଫଳରେ ୨ କୋଟି ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ସମେତ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳରେ ବିଗତ କିଛି ଦିନ ହେବ ବର୍ଷା ହୋଇଥିବାରୁ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। କିଛି ସ୍ଥାନରେ ବ୍ରହ୍ମପୁତ୍ର ବିପଦ ସଂକେତ ଟପିଛି।
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ୧୫ଟି ଜିଲ୍ଲା ଯଥା- ବାକସା, ବରପେଟା, ବିଶ୍ୱନାଥ, ବୋଙ୍ଗଇଗାଁ, ଚିରାଙ୍ଗ, ଧେମଜୀ, ଡେବ୍ରିଗଡ଼, ଗୋଲଘାଟ, ଜୋରହାଟ, ଲକ୍ଷ୍ମୀପୁର, ମାଜୁଲି, ମୋରିଗାଁ, ଶିବସାଗର, ସୋନିତପୁର ଓ ତିନିଶୁକିଆ ଜିଲ୍ଲାରେ ୨ ଲକ୍ଷ ୨୫ ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ୫୦୦ରୁ ଊର୍ଦ୍ଧ୍ୱ ଗାଁ ଜଳମଗ୍ନ ହୋଇଥିବା ବେଳେ ୩୪ଟି ରାଜସ୍ୱ ଅଞ୍ଚଳ ପାଣି ଭିତରେ ଅଛି। ୧୬ ହଜାର ୩୩୮ ହେକ୍ଟର ଚାଷ ଜମି ବନ୍ୟା ପାଣି ଭିତରେ ବୁଡ଼ି ରହିଛି। ସରକାର ୨୫ଟି ସ୍ଥାନରେ ଖୋଲା ରିଲିଫ କେନ୍ଦ୍ର କରିଥିବା ବେଳେ ୩୭ଟି ରିଲିଫ ବଣ୍ଟନ କେନ୍ଦ୍ର କରିଛନ୍ତି। ସେହିଭଳି ୭ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking