27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶବାପା ଠାରୁ ଟଙ୍କା ଆଣିବା ପାଇଁ ନିଜକୁ ଅପହରଣ କରିବା ନାଟକ ରଚିଥିଲା ପୁଅ, ପୋଲିସ...

ବାପା ଠାରୁ ଟଙ୍କା ଆଣିବା ପାଇଁ ନିଜକୁ ଅପହରଣ କରିବା ନାଟକ ରଚିଥିଲା ପୁଅ, ପୋଲିସ କଲା ଗିରଫ

ମହାରାଷ୍ଟ୍ର : ବାପାଙ୍କ ଠାରୁ ଟଙ୍କା ଝଡ଼ାଇବା ଲାଗି ନିଜକୁ ଅପହରଣ କରିବା ନାଟକ ରଚିଥିବା ୨୦ ବର୍ଷୀୟ ପୁଅକୁ ଗିରଫ କରିଛି ପୋଲିସ । ମହାରାଷ୍ଟ୍ର ପାଲଘରରେ ଘଟିଛି ଏଭଳି ଘଟଣା । ଡିସେମ୍ବର ୭ ତାରିଖ ଦିନ ପୁଅ ଘରୁ ଯାଇ ଆଉ ଫେରିନାହିଁ ବୋଲି ବସଈ ଅନ୍ତର୍ଗତ ଫାଦେରୱାଡ଼ି ଅଞ୍ଚଳର ଜଣେ ବାସିନ୍ଦାଙ୍କ ଠାରୁ ବାଲିବ୍ ପୁଲିସ ଅଭିଯୋଗ ପାଇଥିଲା । ଡିସେମ୍ବର ୮ ତାରିଖ ଦିନ ନିରୁଦ୍ଦିଷ୍ଟ ମାମଲା ରୁଜୁ କରିଥିଲା ପୋଲିସ।

ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଏହି ମାମଲାର ଯାଞ୍ଚ ସମୟରେ ଅଭିଯୋଗକାରୀ ପୁଅଠାରୁ ଫୋନ୍ କଲ୍ ପାଇଲେ। ପୁଅ କଲ୍‌ରେ ବାପାଙ୍କୁ କହିଥିଲେ, ୩ଜଣ ଲୋକ ତାକୁ ଅପହରଣ କରି ନେଇ ବନ୍ଦୀ କରି ରଖିଛନ୍ତି । ସେମାନେ ୩୦,୦୦୦ ଟଙ୍କା ମାଗୁଛନ୍ତି । ନ ଦେଲେ ମତେ ମାରି ପକାଇବେ ବୋଲି କହୁଛନ୍ତି । ଟଙ୍କା ପୈଠ କରିବା ଲାଗି ପୁଅ ବାପାଙ୍କ ନିକଟକୁ ଏକ ‘କ୍ୟୁଆର୍’ କୋଡ୍ ବି ପଠାଇଲା ।

ପୋଲିସ ଅପହୃତ ପୁଅର ସନ୍ଧାନ ନେବା ଲାଗି ୪ଟି ଟିମ୍ ଗଠନ କରି ବସଈ, ବିରାର୍, ନଲ୍ଲାସୋପାରା ଓ ଅନ୍ୟାନ୍ୟ ସ୍ଥାନରେ ସନ୍ଧାନ ଆରମ୍ଭ କଲା । ଏହାପରେ ଶନିବାର ଦିନ ପୋଲିସ ବସଈ ଫାଟାରୁ ପୁଅକୁ ଗିରଫ କଲା । ପୁଅର କିଛି ଟଙ୍କା ଦରକାର ଥିଲା, ଆଉ ବାପା ଦେଉନଥିଲେ । ତେଣୁ ନିଜକୁ ଅପହରଣ ଯୋଜନା କରି ବାପା ଠାରୁ ପଇସା ନେବାକୁ ପ୍ଲାନ କରିଥିଲା ପୁଅ । ତେବେ ପୋଲିସ ଏବେ ପୁଅକୁ ଗିରଫ କରି ମାମଲାର ଯାଞ୍ଚ କରୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking