ସୁନ୍ଦରଗଡ଼ : କରୋନା ପାଇଁ ସାରା ଦେଶ ଲକ୍ ଡାଉନରେ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଘର ନିର୍ମାଣ କାମ କରି ଜଣେ ଠିକାଦାର ଗିରଫ ହୋଇଛନ୍ତି। ତାଙ୍କ ନାଁ ଅବଦୁଲ ସାମନ ଅନସାରୀ।
ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୯ଟା ବେଳେ ନୂଆଗାଁ ଅଞ୍ଚଳର ଗୋଆଲା ଖଟାଲ ବସ୍ତିରେ ରହୁଥିବା ଦେବରାଜ ସାହୁଙ୍କ ଘର ଛାତର ଢଳେଇ କାର୍ଯ୍ୟ ଚାଲିଥିଲା। ଆଉ ଏହି କାମ ଠିକାଦାର ଅବଦୁଲ ସାମଦ ଅନସାରୀ କରାଉଥିଲେ। ସେ ୪୦ ଜଣ ଶ୍ରମିକଙ୍କୁ ନେଇ ଢଳେଇ କାମ କରୁଥିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ସେଠାରେ ପହଞ୍ଚି ବିରୋଧ କରିଥିଲେ। ପରେ ଖବର ପାଇ ହାତୀବାରି ପୁଲିସ୍ ସେଠାରେ ପହଞ୍ଚି କାମ ବନ୍ଦ କରିଥିଲା। ପୁଲିସ୍ ଅନସାରୀଙ୍କୁ ଗିରଫ କରିବା ସହିତ ଢଳେଇ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ସମେତ ମିକ୍ସଚର ମେସିନକୁ ଜବତ କରିଛି।
https://onakhabar.com/2020/04/06/five-people-are-under-quarantines-in-rayagada/