26.1 C
Bhubaneswar
Friday, March 29, 2024
Homeଅପରାଧବିଶ୍ୱରେ ୬୯ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ବିଶ୍ୱରେ ୬୯ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ବିଶ୍ୱରେ ୬୯ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା । ୨୦୮ଟି ଦେଶରେ ବ୍ୟାପିଛି ଏହି ମାରାତ୍ମକ ଭାଇରସ୍‌। ଏଯାଏ ୧୨.୭୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଲକ୍ଷ ୬୧ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ରହିଛି। ୩.୩୬ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ଦିନରେ ୧ହଜାର ୧୬୫ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁସଂଖ୍ୟା ୯ହଜାର ୬୧୬ରେ ପହଞ୍ଚିଛି। ଇଟାଲିରେ ୧.୨୮ଲକ୍ଷ ଆକ୍ରାନ୍ତ ହୋଇଥିବାବେଳେ ୧୫ହଜାର ୮୮୭ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ପେନରେ୧ଲକ୍ଷ ୩୧ହଜାର ୬୪୬ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ହଜାର ୯୪୭ଜଣଙ୍କ ମୃତ୍ୟୁ ହୋଇଛି। ଜର୍ମାନୀରେ ୧ ଲକ୍ଷ ଆକ୍ରାନ୍ତଙ୍କ ମଧ୍ୟରୁ ୧ହଜାର ୫୮୪ଜଣଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ୯୨ହଜାର ୮୩୯ଜଣ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ମୃତ୍ୟୁସଂଖ୍ୟା ୭ହଜାର ୫୬୦ରେ ପହଞ୍ଚିଛି। କରୋନା ମୃତ୍ୟୁରେ ଚୀନକୁ ଟପିଛି ଇରାନ ଓ ବ୍ରିଟେନ। ବ୍ରିଟେନରେ ୪୭ହଜାର ୮୦୬ ଜଣ ଆକ୍ରାନ୍ତ ରହିଛନ୍ତି। ୪ହଜାର ୯୩୪ଜଣଙ୍କ ମୃତ୍ୟୁ ହୋଇଛି। ଚୀନ୍‌ରେ ରହିଛନ୍ତି ୮୧ହଜାର ୬୬୯ଜଣ ଆକ୍ରାନ୍ତ । ୩ହଜାର ୩୨୯ଜଣଙ୍କ ମୃତ୍ୟୁ ହୋଇଛି। ଇରାନରେ ୫୮ହଜାର ୨୨୬ ଆକ୍ରାନ୍ତଙ୍କ ମଧ୍ୟରୁ ୩ହଜାର ୪୫୨ଜଣଙ୍କ ମୃତ୍ୟୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking