27.1 C
Bhubaneswar
Friday, March 29, 2024
Homeଓଡିଶାମହମବତୀ ଜାଳି ଏକତାର ବାର୍ତ୍ତା ଦେଲେ  ଜିଲ୍ଲାପାଳ 

ମହମବତୀ ଜାଳି ଏକତାର ବାର୍ତ୍ତା ଦେଲେ  ଜିଲ୍ଲାପାଳ 

ଜଗତସିଂହପୁର:(ପ୍ରତାପ କୁମାର ସିଂହ)                କରୋନା ରୋଗକୁ ନେଇ ସାରା ବିଶ୍ୱ ଆଜି ଆତଙ୍କିତ ଅବସ୍ଥାରେ ରହିଛି।ତେଣୁ ଏହାର କିଭଳି ଉଚିତ ମୁକାବିଲା କରାଯାଇପାରିବ ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।ଆମେ ଭାରତବାସୀ ସମସ୍ତେ ଏକାଠି ହୋଇ କିଭଳି ଏହି ମାରାତ୍ମକ ରୋଗର ପ୍ରତିରୋଧ କରିବା ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ  ନିଜ ନିଜ ଘରେ ରହି ରବିବାର ରାତି ୯ଟା ସମୟରେ ୯ମିନିଟ ପାଇଁ ଘରର ସମସ୍ତ ଲାଇଟ ଲିଭାଇ କେବଳ ଦୀପ, ମହମବତୀ, ଟର୍ଚ୍ଚ ଓ ଫ୍ଲାଶ ଲାଇଟ ଜଳେଇବାକୁ ନିବେଦନ କରିଥିଲେ।ଏହାର ଉଦ୍ଦେଶ୍ୟ ଥିଲା ଆମେ ସମସ୍ତେ ଭାରତୀୟ ଏକ ଏବଂ ଦେଶର ଏଭଳି ପରିସ୍ଥିତିରେ ଆମେ ଏକତ୍ରିତ ହୋଇ କରୋନା ର ମୁକାବିଲା କରିବା ପାଇଁ ସଂକଳ୍ପବଦ୍ଧ ବୋଲି ବିଶ୍ୱବାସୀଙ୍କୁ ଜଣେଇବା। ତେଣୁ ଏହି ବାର୍ତ୍ତା କୁ ସମର୍ଥନ ଜଣାଇ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ମହମବତୀ  ଜଳେଇ  ଈଶ୍ୱରଙ୍କ ନିକଟରେ ଏ କରୋନା ମହାମାରିରୁ ରକ୍ଷା କରିବା ପାଇଁ ପ୍ରାଥନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking