29.1 C
Bhubaneswar
Monday, January 20, 2025
Homeଓଡିଶା୨୪ ରୁ ପିଏମ୍ ଆବାସ ସର୍ଭେ: ମନ୍ତ୍ରୀ

୨୪ ରୁ ପିଏମ୍ ଆବାସ ସର୍ଭେ: ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୪ରୁ ପିଏମ୍ ଆବାସ ସର୍ଭେ ଆରମ୍ଭ ହେବ । ୨୪ ରେ ଆବାସ ପୋଟାଲର ବଧିବଦ୍ଧ ଲଞ୍ଚ  କରିବେ ରାଜ୍ୟ ସରକାର । ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକୋରୀ । ଦେଢରୁ ଦୁଇ ମାସ ଚାଲିବ ଏହି ସର୍ଭେ । ପଞ୍ଚାୟତଗୁଡିକରେ  ଅଫଲାଇନରେ ଆବେଦନ କରିପାରିବେ । କେନ୍ଦ୍ର ସରକାର ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବଢାଇଛନ୍ତି । ଓଡିଶାକୁ ଅଧିକ ମିଳିବା ନେଇ ଆଶା ଅଛି । କେନ୍ଦ୍ର ସରକାର ନିୟମାବଳିକୁ କୋହଳ କରିଛନ୍ତି । ବାଇକ, ଫ୍ରିଜ ଥିଲେ ମଧ୍ୟ ଆବେଦନ କରିପାରିବେ । ବାର୍ଷିକ ୧୫ ହଜାର ଆୟ ଥିଲେ ବି ଆବେଦନ କରିପାରିବେ । ବାପାଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ । ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବ । ଦୁଇ ମାସ ଭିତରେ ସର୍ଭେ ସାରିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking