ଗୁଜୁରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାସ୍ତାରେ ଏକ ଆମ୍ବୁଲାନ୍ସକୁ ଯିବା ପାଇଁ ତାଙ୍କ ଗାଡିକୁ ଅଟକାଇ ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନାଥାଉକି,ଯେ ଅହମ୍ମଦାବାଦରୁ ଗାନ୍ଧିନଗର ଫେରିବା ବାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ୍ବୁଲାନ୍ସକୁ ଯିବା ପାଇଁ ତାଙ୍କ ଗାଡିକୁ ଅଟକାଇଥିଲେ । ଆମ୍ବୁଲାନ୍ସ ପାର ହେବା ପରେ ଗାଡି ଚାଲିଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧିନଗର ଏବଂ ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହା ପରେ ଗାନ୍ଧିନଗରରୁ ଅହମ୍ମଦାବାଦର କାଲୁପୁର ଷ୍ଟେସନକୁ ଟ୍ରେନରେ ଚଢି ଯାତ୍ରା କରିଥିଲେ ମୋଦି । ପ୍ରଧାନମନ୍ତ୍ରୀ ସକାଳ ସାଢେ ୧୦ଟା ସମୟରେ ଗାନ୍ଧିନଗର ରେଳ ଷ୍ଟେସନରୁ ଟ୍ରେନକୁ ନୀଳ ପତାକା ଦେଖାଇଥିଲେ । ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର କୋଚଗୁଡ଼ିକୁ ଯାଞ୍ଚ କରିଛନ୍ତି ଏବଂ ଏଥିରେ ଉପଲବ୍ଧ ସୁବିଧା ଉପରେ ନଜର ରଖିଛନ୍ତି ।