ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ହିମାଚଳ ପ୍ରଦେଶ ଗସ୍ତରେ ରହିବେ। ପ୍ରଧାନମନ୍ତ୍ରୀ ମୋଦୀ ୧୧ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ନିର୍ମିତ ଏବଂ ନିର୍ମାଣ ହେବାକୁ ଥିବା ପ୍ରକଳ୍ପକୁ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବିଜ୍ଞପ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ହିମାଚଳ ପ୍ରଦେଶର ମଣ୍ଡ ଜିଲ୍ଲାକୁ ଗସ୍ତ କରିବେ।
ଏହି ଅବସରରେ ସେ ହିମାଚଳ ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୋଦୀ ଆଜି ମଧ୍ୟାହ୍ନ ୧୨ଟାରେ ପ୍ରକଳ୍ପ ଗୁଡ଼ିକ ଉଦ୍ଘାଟନ କରିବେ। ଏହି ଅବସରରେ ମୋଦୀ ରେଣୁକାଜୀ ଡ୍ୟାମ ପାଇଁ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପର ନିର୍ମାଣ ପାଇଁ ଦୀର୍ଘ ୩୦ ବର୍ଷ ହେଲା ଦାବି ହୋଇ ଆସୁଛି।