ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ । ଭାଇରାଲ ହେଉଛି ଓଟିଇଟି ପ୍ରଶ୍ନପତ୍ର । ଆସନ୍ତକାଲି ପରୀକ୍ଷା, ଆଜି ଭାଇରାଲ ହେଉଛି ହାତଲେଖା ଓଟିଇଟି ପ୍ରଶ୍ନପତ୍ର । ହାତଲେଖାର ଏହି ପ୍ରଶ୍ନପତ୍ର, ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଓଟିଇଟି ପରୀକ୍ଷାରେ ଏହି ସବୁ ପ୍ରଶ୍ନପତ୍ର ପଡିବ ବୋଲି କହି ହଜାର ହଜାର ଟଙ୍କାରେ ଏହି ପ୍ରଶ୍ନପତ୍ର ବିକ୍ରି କରାଯାଉଛି । ଯାହା ସୋସିଆଲ ମିଡିଆରେ ଏହା ଏବେ ଘୁରି ବୁଲୁଛି ।
ଓଟିଇଟି ପେପର-୧ ୨୦୨୩ର ଲେଖାଥିବା ସାତ ପୃଷ୍ଠାର ପ୍ରଶ୍ନପତ୍ର ଏବେ ହ୍ୱାଟସପକୁ ହ୍ୱାଟସପ୍ ଘୁରି ବୁଲୁଛି । ବାସ୍ତବରେ ଏହା ସତରେ ଓଟିଇଟି ପ୍ରଶ୍ନପତ୍ରର ହାତଲେଖା ନା ନାହିଁ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । । ଏନେଇ ଶିକ୍ଷା ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ତେବେ ଆସନ୍ତକାଲି ପ୍ରଶ୍ନପତ୍ର ଆସିବା ପରେ ବାସ୍ତବରେ ଏହା ପଛରେ କଣ ସତ୍ୟତା ଅଛି ତାହା ଜଣାପଡିପାରେ ବୋଲି କୁହାଯାଉଛି ।