29.1 C
Bhubaneswar
Saturday, July 26, 2025
Homeଦେଶ ବିଦେଶତାଞ୍ଜାନିଆରେ ହ୍ରଦକୁ ଖସିଲା ବିମାନ: ୧୯ ଯାତ୍ରୀ ମୃତ, ୭ ନିଖୋଜ

ତାଞ୍ଜାନିଆରେ ହ୍ରଦକୁ ଖସିଲା ବିମାନ: ୧୯ ଯାତ୍ରୀ ମୃତ, ୭ ନିଖୋଜ

ଡୋଡୋମା: ତାଞ୍ଜାନିଆରେ ରବିବାର ଏକ ଯାତ୍ରୀ ବିମାନ ଏୟାରପୋର୍ଟରେ ଅବତରଣ ପୂର୍ବରୁ ନିୟନ୍ତ୍ରଣ ହରାଇ ହ୍ରଦ ଭିତରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ପ୍ରିସିଜନ୍‌ ଏୟାରଲାଇନ୍ସର ଏହି ଘରୋଇ ବିମାନରେ ଅବତରଣ ପୂର୍ବରୁ ଇଂଜିନରେ ସମସ୍ୟା ଉପୁଜିଥିଲା ଏବଂ ପାଇଲଟ ନିଜ ନିୟନ୍ତ୍ରଣ ହରାଇଥିଲ।ହ୍ରଦରେ ବିମାନ ଖସିବା ପରେ ତତ୍‌କ୍ଷଣାତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

୨୩ ଜଣ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ରବିବାର ରାତି ସୁଦ୍ଧା ୧୯ ଶବ ଉଦ୍ଧାର ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିମାନ ବୁକୋବା ଏୟାରପୋର୍ଟରେ ଅବତରଣ କରିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲା।ଖବରପାଇ ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବିମାନରେ ମୋଟ ୪୯ ଯାତ୍ରୀ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking