33.1 C
Bhubaneswar
Friday, July 11, 2025
Homeଓଡିଶାକୁହୁଡ଼ି ଯୋଗୁଁ ଦେଶ ବଦଳାଇଲା ବିମାନ

କୁହୁଡ଼ି ଯୋଗୁଁ ଦେଶ ବଦଳାଇଲା ବିମାନ

ଭୁବନେଶ୍ୱର: କୁହୁଡ଼ି ଯୋଗୁଁ ବିମାନବନ୍ଦରରେ ଅବତରଣ କରିପାରିଲାନି ବିମାନ । ଫଳରେ ଅନ୍ୟ ଏକ ବିମାନବନ୍ଦରକୁ ଗଲା ଓ ସେଠାରେ ଜରୁରୀ ଅବତରଣ କଲା । ବାଂଲାଦେଶର ରାଜଧାନୀ ଢାକାରେ ଜରୁରୀ ଅବତରଣ କଲା ଭାରତୀୟ ବିମାନ । ଇଣ୍ଡିଗୋର ଏହି ବିମାନଟି ମୁମ୍ବାଇରୁ ଗୌହାଟ୍ଟି ଯାଉଥିଲା ।

ତେବେ ଘନ କୁହୁଡ଼ି ଯୋଗୁଁ ଗୌହାଟ୍ଟିରେ ବିମାନଟି ଅବତରଣ କରିପାରି ନଥିଲା । ଫଳରେ ଏହାର ରାସ୍ତା ବଦଳାଇବାକୁ ପଡ଼ିଥିଲା । ବାଧ୍ୟ ହୋଇ ପାଇଲଟ ଏହାକୁ ଢାକା ଅଭିମୁଖେ ନେଇଥିଲେ ଓ ସେଠାରେ ଅବତରଣ କରାଇଥିଲେ । ଏନେଇ ମୁମ୍ବାଇ ଯୁବ କଂଗ୍ରେସ ନେତା ସୂରଜ ସିଂ ଠାକୁର ନିଜ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking