ଆଙ୍କର : ଉପନିର୍ବାଚନ ତାରିଖ ଘୋଷଣା ପରେ ଚଳ ଚଞ୍ଚଳ ପିପିଲି ରାଜନୀତି।ଦଳୀୟ ସଙ୍ଗଠନ କୁ ମଜବୁତ କରିବା ପାଇଁ କର୍ମୀ ମାନଙ୍କୁ ନେତା ଦେଉଛନ୍ତି ଗୁରୁ ମନ୍ତ୍ରଣା।ଏହି ପରିପ୍ରେକ୍ଷୀରେ ସବୁଠାରୁ ଆଗରେ ରହିଛି ବିଜୁ ଜନତା ଦଳ।ଦଳୀୟ କାର୍ଯ୍ୟାଳୟରେ ଶେଷ ହୋଇଛି ରୁଦ୍ଧଦ୍ଵାର ଵୈଠକ। ଏବେ ଓ୍ଵାର୍ଡ ସ୍ତରରୁ ପଚଂ।ୟତ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ଏକାଠି କରି ପୁଣି ଥରେ ପିପିଲି କୁ ଦଖଲ କରିବାର ଆଶା ରଖିଛି ବିଜେଡି।ଏହା ସହ ଦଳରେ ଆରମ୍ଭ ହୋଇଛି ମିଶ୍ରଣ ପର୍ବ ଅନ୍ୟ ଦଳର କର୍ମୀମାନଙ୍କୁ ନିଜ ସପକ୍ଷ କୁ ଆଣିବାରେ ସଫଳ ହେଉଛି ଦଳ।
ଆଜି ପମସରା ପଞ୍ଚାୟତ କୌଶଲ୍ୟାପୁର ଠାରେ ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଜିତ ରାୟଚୌଧୁରୀଙ୍କ ତତ୍ୱବାଧାନ ଓ ପିପିଲି ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଜ୍ୟୋସ୍ନାରାଣୀ ପୃଷ୍ଟି ଙ୍କ ସଭାପତିତ୍ୱରେ କରାଯାଥିବା ଏକ କର୍ମୀ ସମିଳନୀ ଯୋଗ ଦେଇଥିଲେ ଶହ ଶହ ମହିଳା ଓ ପୁରୁଷ କର୍ମୀ।ପଞ୍ଚାୟତ ପର୍ଯ୍ୟବେକ୍ଷକ ଦିୟିତ୍ୱ ରେ ଥିବା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ,ଯୁବ ଦଳ ର ପର୍ଯ୍ୟବେକ୍ଷକ ଶୁଭାଶିଷ ଖୁଣ୍ଟିଆ, ଛାତ୍ର ର ଅବଦୁଲ ହବିବ ଓ ଦୁଇ ମହିଳା ପର୍ଯ୍ୟବେକ୍ଷିକା ସୀମା ନାୟକ ଓ ସବିତା ଆଚାର୍ଯ୍ୟ ଯୋଗ
ଦେଇ କର୍ମୀ ମାନଙ୍କୁ କରିଥିଲେ ଉତ୍ସାହିତ।ପଞ୍ଚାୟତର ଦୁଇ ଜଣ ୱାର୍ଡ ସଭ୍ୟା କଂଗ୍ରେସ ଛାଡି ସାମିଲ ହୋଇଛନ୍ତି ବିଜେଡିରେ ତେବେ ଏମାନଙ୍କ ମିଶ୍ରଣ ଯୋଗୁ ଦଳ ଏଠାରେ ଅଧିକ ମଜବୁତ ହେବ ବୋଲି କହିଛନ୍ତି ବିଧାୟକ ସୁଶାନ୍ତ ରାଉତ।