28.1 C
Bhubaneswar
Friday, March 29, 2024
Homeଓଡିଶାବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ , ଗଣଧାରଣାରେ ଗ୍ରାମବାସୀ

ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ , ଗଣଧାରଣାରେ ଗ୍ରାମବାସୀ

 

ବଲାଙ୍ଗିର, (ଦେବାଶିଷ ମିଶ୍ର):ଜିଲ୍ଲା ପ୍ରଶାସନ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ମଧ୍ୟପୁର ଓ ଧୁମାଭଟା ଗ୍ରାମବାସୀଙ୍କ ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ କରିଛି ବୋଲି କହିବା ସହ ସେମାନଙ୍କୁ ସ୍ଵଛ ପିଇବା ପାଣି ପାଇବାରୁ ବଞ୍ଚିତ କରିଛି ବୋଲି ଅଭିଯୋଗ କରିଛନ୍ତି । ଆହୁରି,
ନିର୍ମାଣାଧୀନ ଓଭରହେଡ ଟ୍ୟାଙ୍କ କାର୍ଯ୍ୟକ୍ଷମ କରିବା ସହ ଯଥାଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ଆଜି ଗ୍ରାମବାସୀମାନେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିଛନ୍ତି।
ଦୀର୍ଘ ୧୮ ବର୍ଷ ପୂର୍ବେ ଓଭରହେଡ ଟ୍ୟାଙ୍କ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପଡା କୁ ପଡା ପାଇପ ବିଛାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟପୁର ଓ ଧୁମାଭଟା ଗ୍ରାମକୁ ଜଳ ଯୋଗାଣ ହୋଇ ପାରିନ ଥିବା ପ୍ରଶାସନିକ ଓ ରାଜନୈତିକ ନିଷ୍କ୍ରିୟତାର ନଗ୍ନ ଉଦାହରଣ ପ୍ରଦର୍ଶନ କରିଛି । ପ୍ରତି ବର୍ଷ ଖରା ମାସରେ ଲୋକେ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି । ଏ ସବୁ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ଆମ ଅଂଚଳର ଉତ୍କଟ ଜଳ ସମସ୍ୟାର ସମାଧାନ କରି ଓ ଆମମାନଙ୍କ ବଞ୍ଚିବାର ଅଧିକାରର ଏଯାଏଁ ସୁରକ୍ଷିତ କରାଯାଇ ପାରି ନାହିଁ । ତେଣୁ ଆମର ଅଧିକାର ପାଇଁ ଆମେ ଗଣ ଧାରଣାରେ ବସିବାକୁ ବାଧ୍ୟ ହେଉଛୁ ବୋଲି ଗ୍ରାମବାସୀ କହିଛନ୍ତି ।
ଏଭଳି ସ୍ଥିତିରେ ପାନୀୟ ଜଳ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଓଭରହେଡ ଟ୍ୟାଙ୍କ ଯୋଗେ ପାନୀୟ ଜଳ ଯୋଗାଇବାକୁ ମଧ୍ୟପୁର ସରପଞ୍ଚ ପ୍ରମିଳା ଭୋଇ ଓ ପର୍ବତନ ସମିତି ସଭ୍ୟା ବନିତା ନାଏକ, ବନମାଲି ନାଏକ, ଅଚ୍ୟୁତ ଖମାରୀ, ଭିଲେଜର୍ସ ଇଣ୍ଡିଆ ପାର୍ଟି ସଭାପତି ବିପିନ କୁଶଲିଆ, ସତ୍ୟ ବନ୍‌ଛୋର, କୋଶଳ ରାଜ୍ୟ ସମନ୍ବୟ ସମିତିର ରବି ମିଶ୍ର, ମନୋରଞ୍ଜନ ସାହୁ ପ୍ରମୁଖଙ୍କ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking