32.1 C
Bhubaneswar
Saturday, May 18, 2024
Homeଓଡିଶାସବୁଦିନ ପାଇଁ ଚାଲିଗଲେ ପିଣ୍ଟୁ ନନ୍ଦ

ସବୁଦିନ ପାଇଁ ଚାଲିଗଲେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ପ୍ରିୟ ଗଉରାକୁ ହରାଇ ମର୍ମାହତ ସାରା ଓଡ଼ିଶା। ସ୍ତବ୍ଧ, ନିର୍ବାକ ସିନେ ଜଗତ । ଆଉ ଶୁଣିବାକୁ ମିଳିବନି ତାଙ୍କ ଦମ୍ଭିଲା ସ୍ୱର। ଓଡିଆ ଆଲବମ ହେଉ ବା ଫିଲ୍ମ । କମେଡିଆନ ହେଉ କିମ୍ବା ଖଳନାୟକ ଭୂମିକା । ନିଜର ଦମଦାର ଆକ୍ଟିଂ ପାଇଁ ପିଣ୍ଟୁ ନନ୍ଦ ଦର୍ଶକଙ୍କ ହୃଦୟରେ ରହିଥିଲେ । ଓଡ଼ିଆ ଆଲବମ ‘ଏ ଗଉରା ଆଜିକାଲି କ’ଣ ଖାଉଚୁ’ ଓ ରାଣ୍ଡି ପୁଅ ଅନନ୍ତାରୁ ଲୋକଲୋଚନକୁ ଆସିଥିଲେ ପିଂଟୁ । ରାତାରାତି ଘରେ ଘରେ ଲୋକପ୍ରିୟ ହୋଇପାରିଥିଲେ । କାହାଣୀ ସାରା ହସାଇ ହସାଇ ଶେଷରେ କନ୍ଦାଇ ଥିଲା ଅନନ୍ତା । ପ୍ରତ୍ୟେକ ମଣିଷକୁ ଶିଖାଇ ଦେଇଯାଉଥିଲା ମାଟି ପ୍ରେମର ଗାଥା, ଗାଁର ମମତା । ଆଉ ସେହି ଅନନ୍ତା ଆଜି ବି କନ୍ଦାଇ ଦେଲା। ସବୁଦିନ ପାଇଁ ଚାଲିଗଲା..

୫୦ରୁ ଅଧିକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ୧୯୯୬ରେ ଚଳଚିତ୍ର କୋଇଲି ଜରିଆରେ ସେ ସିନେମା ଜଗତରେ ପାଦ ଥାପିଥିଲେ । ଏହାପରେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓଃ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ’ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପ‌ହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, କଥା ଦେଲି ମଥା ଛୁଇଁ, ପ୍ରେମ ଋତୁ ଆସିଲାରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ଲଭ୍‌ ଏକ୍ସପ୍ରେସ୍‌, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହରି, ଡାହା ବାଳୁଙ୍ଗା, ସୁନା ପିଲା ଟିକେ ସ୍କୃ ଢିଲା, ଧର୍ମ, ବ୍ୟାଚଲର, ଡାହା ବାଳୁଙ୍ଗା, ଦୋସ୍ତୀ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଏକାଧିକ ଓଡ଼ିଆ ଧାରାବାହିକରେ ମଧ୍ୟ ସେ ଅଭିନୟ ଛାଡିଯାଇଛନ୍ତି ଅଭିନୟର ଛାପ। ଏ ଗଉରା କ’ଣ ଖାଉଚୁ ଆଲବମ୍ ପିଣ୍ଟୁଙ୍କୁ ଘରେଘରେ ପରିଚିତ କରିଥିଲା । ଖାଲି ପିଣ୍ଟୁ ନନ୍ଦ ନୁହଁନ୍ତି । ଓଡିଆ ସିନେ ଜଗତର ଅନେକ କଳାକାରଙ୍କ ବିୟୋଗରେ ସିନେ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ଯାହାକୁ ପୂରଣ କରିବା ଏତେଟା ସହଜ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking