27.1 C
Bhubaneswar
Saturday, October 19, 2024
Homeଓଡିଶାଭୁବଶ୍ୱେରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର

ଭୁବଶ୍ୱେରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କର ମରଶରୀର ଆଜି ରାତିରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ବିମାନବନ୍ଦରରେ ପହଞ୍ଚିଲା ପରେ ପିଣ୍ଟୁ ନନ୍ଦଙ୍କର ମରଶରୀରକୁ ଆମ୍ବୁଲାନ୍ସରେ ନେଇ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି । ଡାକ୍ତରଖାନାରେ ପିଣ୍ଟୁ ନନ୍ଦଙ୍କ ମରଶରୀର ରାତିସାରା ରହିବ । ଆସନ୍ତାକାଲି ସ୍ୱର୍ଗତ ପିଣ୍ଟୁ ନନ୍ଦଙ୍କର ମରଶରୀର ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ । ପିଣ୍ଟୁ ନନ୍ଦଙ୍କର ଜଣେ ସଂପର୍କୀୟଙ୍କ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ବିମାନବନ୍ଦରରେ ପିଣ୍ଟୁ ନନ୍ଦଙ୍କର ମରଶରୀର ପହଞ୍ଚିଲା ପରେ ଓଡ଼ିଆ ସିନେ କଳାକାର ତଥା ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ବ୍ୟକ୍ତି ବିଶେଷ ବିମାନବନ୍ଦରରେ ପହଞ୍ଚି ଥିଲେ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଜଣାଶୁଣା ନାମ ପିଣ୍ଟୁ ନନ୍ଦ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁର ଜିଲ୍ଲା ଓଡ଼ିଶ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅଶୋକ କୁମାର ନନ୍ଦ ଓ ମାତା କାନ୍ତିଲତା ନନ୍ଦ । ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ । ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଜଣେ ବଂଶୀବାଦକ । ପିଣ୍ଟୁ ଜଗତସିଂହପୁରର ଏସ୍‌. କେ ଏକାଡେମିରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ପିଣ୍ଟୁ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଜରିଆରେ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୬ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କୋଇଲି ଜରିଆରେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରିଥିଲେ । ଏଥିସହ ସେ ଓଡ଼ିଆ ଆଲ୍‌ବମ୍‌ରେ ଅଭିନୟ ମଧ୍ୟ କରିଥିଲେ । ଏ ଗଉରା କ’ଣ ଖାଉଚୁ’ ଆଲବମ୍ ପିଣ୍ଟୁଙ୍କୁ ସବୁଠୁ ଅଧିକ ଲୋକପ୍ରିୟ କରାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking