34.1 C
Bhubaneswar
Saturday, May 18, 2024
Homeଅପରାଧଅଟୋରେ ଘରକୁ ଫେରିବାବେଳେ ଯୁବତୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ

ଅଟୋରେ ଘରକୁ ଫେରିବାବେଳେ ଯୁବତୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ

ଅନୁଗୁଳ:  Law Less ଅନୁଗୁଳ । 19  ତାରିଖରେ ଅଟୋରେ ଘରକୁ ଫେରୁଥିବା ବେଳେ ଜଣେ ଯୁବତୀଙ୍କୁ କିଛି ଦୂବୃର୍ତ୍ତ ଉଠାଇନେଇଥିବା ଅଭିଯୋଗ ହୋଇଛି । ସେହି ଅଟୋରେ ଯୁବତୀଙ୍କ ସହ ଯାତ୍ରା କରୁଥିବା ଜଣେ ମହିଳା ଥାନାରେ ଏତଲା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା । ତେବେ ପୋଲିସ ଯୁବତୀଙ୍କୁ ଖୋଜୁଥିବା ବେଳେ ଦୁବୃର୍ତ୍ତଙ୍କ ସହ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି ।

ଏ ମାମଲାରେ ଅନୁଗୁଳୁ ସ୍ବୟଂ ଶାସିତ ମହାବିଦ୍ୟାଳୟ ନିକଟରୁ ଜଣଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି ପୋଲିସ । ଘଟଣାକୁ ପ୍ରାୟ 9 ଦିନ ବିତି ସାରିଥିଲେ ବି ଏ ଯାଏଁ ପୋଲିସ ହାତ ଖାଲି । ତେବେ ପୋଲିସ ଉପରକୁ କିଏ ଓ କେଉଁ ପରିସ୍ଥିତିରେ ଗୁଳି ଚଳାଇଲା ସେନେଇ ନାଲକୋ ନଗର ଥାନା ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଜଣେ ଏସଆଇଙ୍କ ପକ୍ଷରୁ ଏନେଇ ଏତଲା ଦିଆଯାଇଛି ।

ସେପଟେ ଏନେଇ ଏତଲା ଦେଇଥିବା ମହିଳାଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ୍ ବନ୍ଦ ଅଛି । ଅପହୃତ ଯୁବତୀଙ୍କର ବି କୌଣସି ପରିଚୟ ସ୍ପଷ୍ଟ ହୋଇପାରିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking