28.1 C
Bhubaneswar
Sunday, September 8, 2024
Homeଓଡିଶାଚତୁର୍ଥ ପର୍ୟ୍ୟାୟ: ନିୟୋଜିତ ହେବେ ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ

ଚତୁର୍ଥ ପର୍ୟ୍ୟାୟ: ନିୟୋଜିତ ହେବେ ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ । ଚତୁର୍ଥ ପର୍ୟ୍ୟାୟ ବା ଶେଷ ପର୍ୟ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଆସନ୍ତାକାଲି ନିର୍ବାଚନ ହେବ। ଏହି ପର୍ୟ୍ୟାୟରେ କୌଣସି ସ୍ଥାନରେ ମାଓବାଦୀ କାର୍ୟ୍ୟକଳାପ ନାହିଁ, ହିଂସାକାଣ୍ଡକୁ ନଜର ରଖାଯାଇଛି ବୋଲି କହିଛନ୍ତି ପୋଲିସ୍ ଡିଜି ଅରୁଣ ଷଡଙ୍ଗୀ । ତାଙ୍କ କହିବା ମୁତାବକ, ପ୍ରଥମ ଥର ପାଇଁ ୨୫ ବର୍ଷ ପରେ ମାଓବାଦୀ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଛି । ଏଥର ୧୦ ହଜାର ୮୮୨ ଟି ବୁଥ୍ ଅଛି। ଏହା ଭିତରେ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ । ୩୬ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ। ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ , ୮୬ ପ୍ଲାଟୁନ ଓଡିଶା ଆର୍ମ ପୋଲିସ ରହିବେ । ବୁଥ ତଦାରଖ ପାଇଁ ୮୪୩ ଟି ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପେଟ୍ରୋଲିଂ ପାର୍ଟି ।
ଜୁନ ୧ ତାରିଖରେ ରାଜ୍ୟରେ ୬ ଲୋକସଭା ଆସନ ଓ ଏହା ଅଧିନରେ ଆସୁଥିବା ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଡ଼ିବ ଭୋଟ୍‌ । ଚତୁର୍ଥ ପର୍ୟ୍ୟାୟରେ ରାଜ୍ୟରେ ୩୯୪ ବିଧାୟକ ଓ ୬୬ ସାଂସଦ ପ୍ରାର୍ଥୀଙ୍କ ଲାଗି ଭୋଟ ଦେବେ ମତାଦାତା । ୩୯୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୩ଜଣ ପୁରୁଷ ଓ ୬୧ଜଣ ମହିଳା ପାର୍ଥୀ ଅଛନ୍ତି । ଚତୁର୍ଥ ପର୍ୟ୍ୟାୟ ପାଇଁ ୮୫୩ ବିଧାୟକ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ୭୫୯ ପ୍ରାର୍ଥୀଙ୍କ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ ୭୮ଜଣ ପ୍ରତ୍ୟାଖ୍ୟାନ କରାଯାଇଥିଲା । ୧୬ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ଏବେ ମୈଦାନରେ ୩୯୪ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେହିପରି ୬୬ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୫୫ ପୁରୁଷ ଓ ୧୧ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଅନ୍ୟପଟେ ପୋଲିଂ ଅଫିସରମାନେ ନିର୍ବାଚନୀ ପରିଚାଳନା ନିମନ୍ତେ ବୁଥ ମୁହାଁ ହୋଇଛନ୍ତି । ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ନେଇ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବୁଥ ଗୁଡିକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking