32.1 C
Bhubaneswar
Monday, May 20, 2024
Homeବିଜିନେସ୍ପାକିସ୍ତାନରେ ରେକର୍ଡ କଲା ପେଟ୍ରୋଲ, ଡିଜେଲ ମୂଲ୍ୟ

ପାକିସ୍ତାନରେ ରେକର୍ଡ କଲା ପେଟ୍ରୋଲ, ଡିଜେଲ ମୂଲ୍ୟ

ଇସଲାମାବାଦ: ପାକିସ୍ତାନ ସରକାର ରବିବାର ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ଲିଟର ପିଛା ୩୫ ଟଙ୍କା ବୃଦ୍ଧି କରିଛନ୍ତି । ଏହାବ୍ୟତୀତ କିରାସିନି ଲିଟର ମୂଲ୍ୟରେ ମଧ୍ୟ ୧୮ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଘୋରର ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନବାସୀଙ୍କ ପାଇଁ ଏହା ବେଡି ଉପରେ କୋରଡା ସଦୃଶ ହୋଇଛି । ରବିବାର ସକାଳେ ପାକ୍ ଅର୍ଥମନ୍ତ୍ରୀ ଇଶଶକ୍ ଦାର୍ ଟେଲିଭିଜନ ଜରିଆରେ ମୂଲ୍ୟବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି । ଅପରପକ୍ଷରେ ଏହା ପାକିସ୍ତାନରେ ସର୍ବକାଳୀନ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୨୪୯.୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ୨୬୨.୮୦ ଟଙ୍କା ଏବଂ କିରାସିନି ମୂଲ୍ୟ ଲିଟର ପିଛା ୧୮୯.୮୩ ଟଙ୍କାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍‌ଙ୍କ ନିର୍ଦ୍ଦେଶକ୍ରମେ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି ଇଶାକ୍ କହିଛନ୍ତି । ବିଗତ ଚାରିମାସ ହେଲା ଦେଶରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି କରାଯାଇନଥିଲା । ଏପରିକି ଏହି ସମୟରେ ଡିଜେଲ ଓ କିରାସିନି ମୂଲ୍ୟ ହ୍ରାସ ମଧ୍ୟ ପାଇଥିଲା । ତେବେ ତୈଳ ଓ ଗ୍ୟାସ୍ ଅଥରିଟୀଙ୍କ ସୁପାରିସକ୍ରମେ ଏହାକୁ ସରକାର ବୃଦ୍ଧି କରିଥିବା ସେ କହିଛନ୍ତି । ଅପରପକ୍ଷରେ ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ଇତିମଧ୍ୟରେ ୩୪ ପଇସା ହ୍ରାସ ପାଇଛି । ୧୯୯୯ ପରଠାରୁ ପାକିସ୍ତାନୀ ଟଙ୍କାର ବିନିମୟ ମୂଲ୍ୟରେ ଏହା ସବୁଠାରୁ ଅଧିକ ବୋଲି କୁହାଯାଇଛି । ମୂଲ୍ୟବୃଦ୍ଧି ଘୋଷଣା ହେବାପରେ ପାକିସ୍ତାନର ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକଙ୍କର ଅସମ୍ଭବ ଭିଡ ପରିଲକ୍ଷିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking