30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଥରେ ନିଆଁ ଲାଗିଛି । ସରକାରୀ ତୈଳ କମ୍ପାନୀ ସୋମବାର ପାଇଁ ପେଟ୍ରୋଲ ଓ ଡିଜେଲ ର ନୂଆ ଦର ଜାରି କରିଛନ୍ତି । ଆପଣଙ୍କୁ କହିରଖୁଛୁ, ଲଗାତର ଦ୍ୱିତୀୟ ଦିନ ଡିଜେଲ ଦାମରେ ବୃଦ୍ଧି ହୋଇଛି । ହେଲେ ପେଟ୍ରୋଲ ଦରରେ କୌଣସି ପରିବର୍ତନ ହୋଇନାହିଁ । ଇଣ୍ଡିଆନ ଅଏଲ କର୍ପୋରେସନ ଡିଜେଲ ଦରରେ ୨୫ ପଇସା ପ୍ରତି ଲିଟର ବୃଦ୍ଧି କରିଛନ୍ତି । ଏହାପରେ ରାଜଧାନୀ ଦିଲ୍ଲୀରେ ଡିଜେଲ ମୂଲ୍ୟ ବୃଦ୍ଧି ପାଇ ୮୯.୩୨ ଟଙ୍କା ପ୍ରତି ଲିଟର ହୋଇଛି ଓ ପେଟ୍ରୋଲ ୧୦୧.୧୯ ଟଙ୍କା ପ୍ରତି ଲିଟର ହୋଇଛି । ଡିଜେଲ ଦରରେ ଗତ ୪ ଦିନରେ ତୃତୀୟ ଥର ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking