27.1 C
Bhubaneswar
Sunday, September 29, 2024
Homeସ୍ୱାସ୍ଥ୍ୟଯେଉଁ ବ୍ୟକ୍ତି ଉଚିତ୍ ମାତ୍ରାରେ ଶୁଅନ୍ତି ନାହିଁ, ସେମାନଙ୍କ ନିକଟରେ ହାର୍ଟ ଷ୍ଟ୍ରୋକର ସମ୍ଭାବନା ଦେଖାଯାଇଥାଏ

ଯେଉଁ ବ୍ୟକ୍ତି ଉଚିତ୍ ମାତ୍ରାରେ ଶୁଅନ୍ତି ନାହିଁ, ସେମାନଙ୍କ ନିକଟରେ ହାର୍ଟ ଷ୍ଟ୍ରୋକର ସମ୍ଭାବନା ଦେଖାଯାଇଥାଏ

ଗୋଟିଏ ଭଲ ନିଦ ଆପଣଙ୍କ ଜୀବନ କୁ ସୁଖମୟ କରିଥାଏ । କାହିଁକି ନା ଏହାଦ୍ବାରା ଆପଣ ଅନେକ ଗୁଡ଼ିଏ ପ୍ରାଣ ଘାତକ ରୋଗ ଠାରୁ ଦୂରେଇ ରହି ପାରିବେ । ଏହା କୌଣସି ପରି କଳ୍ପନା ନୁହେଁ , ଏହା ଗୋଟିଏ ଗବେଷଣା ରୁ ଜଣାପଡିଛି ଯେ ନିଦ ଅଭାବରୁ ହୃଦ୍ ଘାତ ସମସ୍ୟା ଅଧିକ ଦେଖା ଦେଇଥାଏ । ଯେଵେକି ଠିକ୍ ଭାବରେ ଶୋଇବା ଦ୍ଵାରା ଆପଣ ଅନେକ ଗୁଡ଼ିଏ ରୋଗ ଠାରୁ ଦୂରେଇ ରହି ଥାଆନ୍ତି ।
ଆମେରିକା କଲେଜ୍ ଅଫ କର୍ଡ଼ିଓ ଲୋଜି ର ଗୋଟିଏ ଅଧ୍ୟୟନ ଅନୁସାରେ ନିଦ୍ରା ହୀନତା ର ଶିକାର ହେଉଥିବା ଲୋକ ମାନେ ଅନ୍ୟ ମାନଙ୍କ ଠାରୁ ୬୯ ପ୍ରତିଶତ ଅଧିକ ହୃଦ୍ ଘାତ ଦ୍ଵାରା ପୀଡ଼ିତ ହୋଇ ଥାଆନ୍ତି । ଏହି ଅଧ୍ୟୟନ ରେ ୬ଟି ଦେଶର ୧୦ ଲକ୍ଷ ଲୋକ ସାମିଲ ହୋଇଥିଲେ । ଏଥିରେ ୫୨ ବର୍ଷରୁ ଅଧିକ ଆୟୁ ବର୍ଗ ର ଲୋକେ ମଧ୍ୟ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଯେ ଯେଉଁ ମାନେ ଅଧିକ ଅନିଦ୍ରା ର ଶିକାର ହେଉଛନ୍ତି ସେମାନଙ୍କ ନିକଟରେ ହାର୍ଟ ସମସ୍ୟା ଦେଖିବାକୁ ମିଳିଥିଲା । ଏହି ବ୍ୟକ୍ତି ମାନଙ୍କ ନିକଟରେ କିଛିଟା ଲକ୍ଷଣ ସାଧାରଣ ଭାବରେ ଦେଖା ଦେଇଥିଲା ।
– ଶୀଘ୍ର ନିଦ ନହେବା
– ବିଳମ୍ବିତ ରାତିରେ ଶୋଇଲେ ମଧ୍ୟ ଶୀଘ୍ର ନିଦ ଭାଙ୍ଗି ଯିବା
– ଶୋଇବା ସମୟ ରେ ଚିନ୍ତା ରେ ରହିବା
– ଯେଉଁ ବ୍ୟକ୍ତି ମାନେ ୫ଘଣ୍ଟା ରୁ କମ୍ ଶୋଇ ଥାଆନ୍ତି ସେମାନେ ହାର୍ଟ ଷ୍ଟ୍ରୋକ ରେ ଅଧିକ ପୀଡିତ ହୁଅନ୍ତି ।
– ଯେଉଁ ବ୍ୟକ୍ତି ମାନଙ୍କ ର ସ୍ଲିପିଂ ସାଇକେଲ ବାଧା ପ୍ରାପ୍ତ ହେଇ ଥାଏ ସେମାନେ ମଧ୍ୟ ହୃଦ୍ ଘାତ ର ଶିକାର ହୁଅନ୍ତି ।
– ଯେଉଁ ମାନେ ରାତିରେ ୮ଘଣ୍ଟା ଶୋଇ ଥାଆନ୍ତି ସେମାନଙ୍କ ନିକଟରେ ହାର୍ଟ ସମସ୍ୟା ଖୁବ୍ କମ୍ ଦେଖିବାକୁ ମିଳିଥାଏ ।
– ଏହି ଗବେଷଣା ରେ ଏହା ମଧ୍ୟ ଜଣା ପଡିଥିଲା ଯେ ଆଜିକାଲି ର ଅନିଦ୍ରା ଡିପ୍ରେସନ୍ ର ସବୁଠୁ ବଡ଼ କାରଣ ଅଟେ ।
– ଅନ୍ୟ ଗୋଟିଏ ଅଧ୍ୟୟନ ରୁ ଜଣା ପଡିଥିଲା ଯେ ଠିକ୍ ଭାବରେ ଶୋଇବା ଦ୍ଵାରା ଜୀବନ ରେ ଅନେକ ରୋଗ ଦୂରେଇ ଯାଇଥାଏ ।
– ଉଚିତ୍ ମାତ୍ରାରେ ଶୋଇବା ଦ୍ଵାରା ଆୟୁ ବୃଦ୍ଧି ହୋଇଥାଏ । ଏଥିରେ ମଧ୍ୟ ଆହୁରି ଜଣା ପଡିଥିଲା ଯେ ଆଜିକାଲି ଅଧିକ ହାର୍ଟ ଷ୍ଟ୍ରୋକ ସମସ୍ୟା ଅଧିକ ଦେଖା ଯିବାର କାରଣ ହେଲା ନିଦ୍ରା ହୀନତା ର ସମସ୍ୟା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking