30.1 C
Bhubaneswar
Friday, November 15, 2024
Homeଓଡିଶାପୋଲିସ ସେବାଭବନରେ ଶାନ୍ତି କମିଟି ବୈଠକ : କୋଭିଡ୍ କଟକଣାରେ ହେବ ଦୁର୍ଗାପୂଜା

ପୋଲିସ ସେବାଭବନରେ ଶାନ୍ତି କମିଟି ବୈଠକ : କୋଭିଡ୍ କଟକଣାରେ ହେବ ଦୁର୍ଗାପୂଜା

୩ଟି ପ୍ରସ୍ତାବ ଦେଲେ ପୂଜା କମିଟିି
ଭୁବନେଶ୍ୱର: ଦୁର୍ଗାପୂଜାକୁ ନେଇ ବୁଧବାର ପୋଲିସ ସେବା ଭବନରେ ଶାନ୍ତିକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଅତିରିକ୍ତି ପୋଲିସ କମିଶନର ରେଖା ଲୋହାନି, ଡିସିପି ଡ. ଉମାଶଙ୍କର ଦାଶ ଓ ପୂଜାକମିଟିର ପ୍ରତିନିଧୀମାନେ ଉପସ୍ଥିତ ଥିଲେ । ସରକାରଙ୍କ କୋଭିଡ୍ ଗାଇଡ୍‌ଲାଇନ ପାଳନ କରି ଚଳିତବର୍ଷ ସବୁ ମଣ୍ଡପରେ ଦୁର୍ଗାପୂଜା ଅନୁଷ୍ଠିତ ହେବ । କେବଳ ପରମ୍ପରା ଅନୁସାରେ ସମସ୍ତ ପୂଜାବିଧି ପାଳନ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ଉକ୍ତ ବୈଠକରେ ପୂଜାକମିଟି ପକ୍ଷରୁ ପୁଲିସକୁ ୩ଟି ପ୍ରସ୍ତା ଦିଆଯାଇଛି । ଏ ସମ୍ପର୍କରେ ପୋଲିସ କମିଶନର କହିଛନ୍ତି, ପରମ୍ପରା ଅନୁସାରେ ଚଳିତ ବର୍ଷ ପୂଜା ଅନୁଷ୍ଠିତ ହେବ । ମା’ଙ୍କର ୪ ଫୁଟ୍‌ରୁ ଅଧିକ ଉଚ୍ଚତାର ପ୍ରତିମୂର୍ତ୍ତି ହେବନାହିଁ । ମଣ୍ଡପର ତିନି ପାଶ୍ୱର୍ ଆବଦ୍ଧ ରହିବ । ୭ଜଣଙ୍କ ମଧ୍ୟରେ ପୂଜା ସୀମିତ ରହିବ । ମଣ୍ଡପରେ ସାଧାରଣଲୋକଙ୍କୁ ବାରଣ ପାଇଁ ପୁଲିସ ଉପସ୍ଥିତ ରହିବେ । ଏହାସହ ବିସର୍ଜନ ବେଳେ ଭସାଣି ହେବନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ ସମସ୍ତ କରୋନା କଟକଣା ପାଳନ କରାଯାଇ ପୂଜା କରାଯିବ ବୋଲି ପୂଜାକମିଟି ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଅନୁମତି ପାଇଁ ସମସ୍ତେ ନିକଟସ୍ଥ ଥାନାରେ ଆବେଦନ କରିବେ । ପରେ ସେଠାରୁ ଡିସିପି କାର୍ଯ୍ୟାଳୟକୁ ଦରଖାସ୍ତ ଆସିବ । ଏହାପରେ ଅନୁମତି ଦିଆଯିବ ବୋଲି ଡିସିପି କହିଛନ୍ତି । ଅନ୍ୟପକ୍ଷେ ସାଉଣ୍ଡ ସିଷ୍ଟମ୍ ବାଜିବାକୁ ନେଇ ପୂଜାକମିଟି ପୋଲିସକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking