35.1 C
Bhubaneswar
Monday, June 17, 2024
Homeଓଡିଶାପିସିସି ସଂଖ୍ୟାଲଘୁ ବିଭାଗର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ପିସିସି ସଂଖ୍ୟାଲଘୁ ବିଭାଗର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଖ୍ୟାଲଘୁ ବିଭାଗର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ ଜିଆ ଉଲ ହକ୍ ଅଧ୍ୟକ୍ଷତା କରିି କହିଲେ ଯେ ଆଜି ବିଜେଡ଼ି ସରକାର ସମୟରେ ସଂଖ୍ୟାଲଘୁ ସଂପ୍ରଦାୟ ଅବହେଳାର ଶୀକାର ହେଉଛନ୍ତି । ଯେଉଁ ସଂଖ୍ୟାଲଘୁ ଅନୁଷ୍ଠାନ ଗୁଡ଼ିକ ରାଜ୍ୟରେ ରହିଛି ସେଗୁଡ଼ିକ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ଯୋଗୁଁ ସ୍ଥାଣୁ ପାଲଟିଯାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ସଂଖ୍ୟାଲଘୁ ମାନଙ୍କର ସ୍ୱାର୍ଥ ବିରୋଧି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଆଗାମୀ ଦିନରେ ସଂଖ୍ୟାଲଘୁ ସଂପ୍ରଦାୟର ଜନସାଧାରଣଙ୍କୁ ଏକଜୁଟ କରି କଂଗ୍ରେସକୁ ପୁର୍ନବାର କ୍ଷମତାକୁ ଆଣିପାରିଲେ ଗଣତନ୍ତ୍ରର ସୁରକ୍ଷା ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ କଂଗ୍ରେସ ସର୍ବଦା ସଂଖ୍ୟାଲଘୁ ଭାଇଭଉଣୀ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଆସିଛି ଏବଂ ସର୍ବଦା ସେମାନଙ୍କର ସମସ୍ୟା ସମାଧାନ ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ । ଏଆଇସିସି ମୁଖପାତ୍ର ଶ୍ରୀ ଆଲୋକ ଶର୍ମା ଏବଂ ବିଧାୟକ ସୁରେଶ କୁମାର ରାଉତରାୟ ସଂଖ୍ୟାଲଘୁ ସଂଗଠନକୁ ସୁଦୃଢ଼ କରିବାପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସଂଖ୍ୟାଲଘୁ ରାଜ୍ୟ ପ୍ରଭାରୀ ଅବଦୁଲ କାଲାମ ଖାନ ସଂଗଠନକୁ ବୁଥ ସ୍ତରରୁ ମଜବୁତ କରିବାପାଇଁ ଆହ୍ୱାନ ଦେଇଥିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ସଂଖ୍ୟାଲଘୁ ମାନେ ଏ ସରକାର ସମୟରେ ଅବହେଳିତ ବୋଲି ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉଦ୍‌ବୋଧନ ଦେଇ ଏହେତେସାମ ଅହମ୍ମଦ, ଥୋମାସ ମିଞ୍ଜ୍‌, ସାଜିଦ ଖାନ, ଏଜାଜ ଅଖତର, ଆକବର ଅଲ୍ଲି, ଅଜଗର ଅଲ୍ଲି, ପ୍ରମୋଦ ବାରିକ୍‌, ବୁସ୍ତାଗ ଅହମ୍ବଦ, ସେକ ଜାଫର, ଇମତିଆଜ ଅହମ୍ମଦ, କମଲେଶ ସାଗର, ସଲମା ଖାତୁନ, ସୟଦା ତୟବ ପ୍ରମୁଖ କହିଲେ ଯେ ତଳସ୍ତରରେ ସଂଖ୍ୟାଲଘୁ ସଂପ୍ରଦାୟ କଂଗ୍ରେସ ସହ ଜଡ଼ିତ ରହିଛି ଏବଂ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ । କଂଗ୍ରେସ ଦଳ ସଂଖ୍ୟାଲଘୁ ସଂପ୍ରଦାୟକୁ ନିର୍ବାଚନ ସମୟରେ ପ୍ରାଧାନ୍ୟ ଦେବାକୁ ମତବ୍ୟକ୍ତ କରିଥିଲେ । ଶେଷରେ ଭୁବନେଶ୍ୱର ଜିଲ୍ଲା ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ତକ୍ୱିମ୍ ଅହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟବୃନ୍ଦ, ଜିଲ୍ଲା ଅଧ୍ୟକ୍ଷ ଓ କର୍ମକର୍ତା ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking