35.1 C
Bhubaneswar
Monday, June 17, 2024
Homeଓଡିଶାଅମୃତ କାଳ ନୁହେଁ ଦେଶରେ ମିତ୍ର କାଳ ଚାଲିଛି - ଆଲୋକ ଶର୍ମାଅମୃତ କାଳ ନୁହେଁ...

ଅମୃତ କାଳ ନୁହେଁ ଦେଶରେ ମିତ୍ର କାଳ ଚାଲିଛି – ଆଲୋକ ଶର୍ମାଅମୃତ କାଳ ନୁହେଁ ଦେଶରେ ମିତ୍ର କାଳ ଚାଲିଛି – ଆଲୋକ ଶର୍ମା

ଭୁବନେଶ୍ୱର- ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀର ଏଆଇସିସି ମୁଖପାତ୍ର ତଥା ବରିଷ୍ଠ କଂଗ୍ରେସ ନେତା ଉଦ୍‌ବୋଧନ ଦେଇ ମୋଦି ଆଦାନୀ ଯୋଡ଼ି ଦେଶପାଇଁ ଭୟଙ୍କର ସମସ୍ୟା ଆଣି ଦେଇଛି । ଆଦାନୀ ନୀତି ଦେଶର ଅର୍ଥନୀତି, ଆଦାନୀ ନୀତି ଦେଶର ବୈଦେଶିକ ନୀତିରେ ପରିଣତ ହୋଇଛି ବୋଲି କହିଥିଲେ ।

ଏହି ସମ୍ମିଳନୀ ଭୁବନେଶ୍ୱର ସମେତ ସାରା ଭାରତ ବର୍ଷର ୨୩ ସ୍ଥାନରେ ଅନୁଷ୍ଠିତ ହେଉଥିବାର ସୂଚନା ଦେଇ କାଂଗ୍ରେସର ଜାତୀୟ ପ୍ରବକ୍ତା ଶ୍ରୀଯୁକ୍ତ ଶର୍ମା ଦର୍ଶାଇଥିଲେ ଯେ ସଂସଦରେ କଂଗ୍ରେସର ଆସନ୍ତା କାଲିର ପ୍ରତିଶୃତି ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜ୍ଜୁନ ଖଡ଼ଗେ ମୋଦି- ଆଦାନୀ ପ୍ରକରଣ ସଂକ୍ରାନ୍ତରେ ଯେଉଁ ସବୁ ପ୍ରସଙ୍ଗ ଉଠାଇ ଜବାବ ମାଗିଥିଲେ ମୋଦି ଏବଂ କେନ୍ଦ୍ର ସରକାର ସେଗୁଡ଼ିକୁ ଏଡ଼ାଇ ଦେଇଛନ୍ତି । ଅପରପକ୍ଷରେ କାହିଁକି ପ୍ରଶ୍ନ ଉଠାଇଲେ ବୋଲି ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ର ନୋଟିସ ଜାରି କରି ଧମକ ଦେଇଛନ୍ତି । ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷକ ଭାଷଣରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ବେଆଇନ ଭାବେ ବିବରଣୀରୁ ବାଦ ଦେଇଛନ୍ତି । ୨୦୧୪ ମସିହାରେ ଗୌତମ ଆଦାନୀ ବିଶ୍ୱର ଧନୀ ତାଲିକାରେ ୬୦୯ ସ୍ଥାନ ଅଧିକାର କରିଥିଲା ବେଳେ ୨୦୨୨ ମସିହା ଶେଷ ବେଳକୁ ସେ ବିଶ୍ୱ ଧନୀ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ୨୦୧୪ ମସିହା ବେଳକୁ ତାଙ୍କ ବ୍ୟବସାୟୀକ ସମୁଦାୟ ପୁଞ୍ଜି ୫୨ ହଜାର କୋଟି ଟଙ୍କା ଥିବା ବେଳେ ୨୦୨୨ ମସିହା ଶେଷ ବେଳକୁ ଗୌତମ ଆଦାନୀଙ୍କର ସଂପତି ୨୨ ଲକ୍ଷ କୋଟି ଟଙ୍କାରେ ପଂହିଚି ଥିଲା । ଏହା କେବଳ ଆଦାନୀ ମୋଦି ଅର୍ଥ ନୀତି ଯୋଗୁଁ ସମ୍ଭବ ହୋଇଛି ବୋଲି ସେ କହିଥିଲେ । ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଦୀର୍ଘ ୯ ବର୍ଷଧରି ଭାରତ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ସୂଚାଇ ଦେଇ କହିଥିଲେ ଯେ ମୋଦି ସରକାର ନିର୍ଦ୍ଦିଷ୍ଟ କିଛି ପୁଞ୍ଜିପତିଙ୍କ ସ୍ୱାର୍ଥ ରକ୍ଷା କରିବାପାଇଁ କେବଳ କାର୍ଯ୍ୟ କରୁଛନ୍ତି । ତଦ୍ୱାରା ଭାରତ ବର୍ଷର ଜାତୀୟ ସଂପତି ଯଥା ଏୟାରପୋର୍ଟ, ବନ୍ଦର, ଜାତୀୟ ରାଜପଥ ଏବଂ ରେଳ ଯୋଗାଯୋଗ ଏ ସବୁ କ୍ଷେତ୍ରରେ ସେମାନଙ୍କ ମାଲିକାନାକୁ ଚାଲିଯାଉଛି । ଯଦ୍ୱାରାକି ଆସନ୍ତା ଦିନ ଭାରତ ବର୍ଷ ଓ ଭାରତ ବର୍ଷର ଅର୍ଥନୀତିକୁ ଦୁର୍ବଳ କରିଦେବ । କିନ୍ତୁ ଏ ସରକାର ନିଜର ବ୍ୟକ୍ତିଗତ ଫାଇଦା ଏବଂ ନିଜର ରାଜନୈତି ଅଭିସନ୍ଦିକୁ ପୂରଣ କରିବାପାଇଁ ସମସ୍ତ ଜାତୀୟ ସଂପତି ଗୋଟେ ପରେ ଗୋଟେ ନିର୍ଦ୍ଦିଷ୍ଟ କିଛି ପୁଞ୍ଜିପତିଙ୍କୁ ଟେକିଦେଇଛନ୍ତି । ହିଂଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବାପରେ ଆଦାନୀଙ୍କ ସଂପର୍କୀତି କମ୍ପାନୀଗୁଡ଼ିକର ସଂପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଲା । ଯଦ୍ୱାରାକି ପ୍ରକୃତି କଥା ପଦାକୁ ଆସିଲା । ଜାଲିଆତି କରି ବିଦେଶରୁ ସେଲ କମ୍ପାନୀଙ୍କ ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଆଦାନୀ ଗ୍ରୁପ ଅଫ କମ୍ପାନୀରେ ବିନିଯୋଗ କରାଯାଇଛି । ଏପରିକି ମରିସସ୍‌ର ଏକ ସେଲ କମ୍ପାନୀ ମାଧ୍ୟମରେ ୪୮ ହଜାର କୋଟି ଟଙ୍କା ଆଦାନୀ କମ୍ପାନୀରେ ପୁଞ୍ଜି ବିନିଯୋଗ କରାଯାଇଛି । କିନ୍ତୁ ଯେଉଁ କମ୍ପାନୀ ପୁଞ୍ଜି ବିନିଯୋଗ କରିଛି ତାର ଅଫିସ ଠିକଣା ଏବଂ କଣ କାର୍ଯ୍ୟ ମିଳୁନାହିଁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବହୁତ ବଡ଼ ବଡ଼ ଭାଷଣ ଗୁଡ଼ିକ ମନେ ପଡ଼ୁଛି । ଭାଷଣ ଛଳରେ କହିଥିଲେ ନା ଖାଉଁଗା ନା ଖାନେ ଦେଉଁଗା । କିନ୍ତୁ ଆଜି ନରେନ୍ଦ୍ର ମୋଦି ଓ ଆଦାନୀ ମିଳିମିଶି ସବୁ ଖାଉଛନ୍ତି । ନରେନ୍ଦ୍ର ମୋଦି ଓ ଆଦାନୀ ମହା କେଳେଙ୍କାରୀର କଂଗ୍ରେସ ଜେପିସି ତଦନ୍ତ ଦାବୀ କରୁଥିଲା ବେଳେ ଏ ସରକାର ଏଥିପ୍ରତି କର୍ଣ୍ଣପା କରୁନାହିଁ । ଏବଂ ଜେପିସି ତଦନ୍ତ ନକରିବାପାଇଁ ବିଭିନ୍ନ ଆଳ କରୁଛନ୍ତି । ଜେପିସି ତଦନ୍ତ କଲେ ଜେପିସିର ଚ୍ୟାୟାରମ୍ୟାନ ବିଜେପିରୁ ହେବ ଏବଂ ଅଧିକାଂଶ ସଦସ୍ୟ ମଧ୍ୟ ତାଙ୍କ ଦଳରେ ରହିବେ ତଥାପି କାହିଁକି ଜେପିସି ତଦନ୍ତକୁ ଭୟ କରୁଛନ୍ତି । ଜେପିସି ତଦନ୍ତ କଥା କହିଲେ ସେ ବିବିସି ଉପରେ ଛାପା ମାରୁଛନ୍ତି । ମରିସସ୍‌ରୁ ଓ ଅନ୍ୟ ଟ୍ୟାକ୍ସ ହେଭେନ କ୍ରଂଟିରୁ ସେଲ କମ୍ପାନୀ ମାଧ୍ୟମରେ ସିଧାସଳଖ ଯେଉଁ ପୁଞ୍ଜି ହେଉଛି ତାହାର କଂଗ୍ରେସ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ଆଜି ଇଡି, ଡିଆରଆଇ, ସିବିଆଇ, ଆଇଟି ଇତ୍ୟାଦି ସଂସ୍ଥା ଆଦି ଚୁପ ବସିଛନ୍ତି । ଏ ସିଧାସଳଖ ମନିଲଣ୍ଡିରିଂର ଅଭିଯୋଗ ହେଲା ପରେ ମଧ୍ୟ ସରକାର ଏବଂ ଏ ସମସ୍ତ ସଂସ୍ଥା ତଦନ୍ତ କରିବା ପରିବର୍ତେ ବିରୋଧି ଦଳକୁ କହୁଛନ୍ତି ଯଦ କିଛି ଅଛି କୋର୍ଟକୁ ଯାଅ । ବିଗତ ୯ବର୍ଷରେ ବିଚାରାୟଳର ସ୍ୱାଧୀନତାକୁ କିଭଳି ସଂକୁଚିତ କରାଯାଇଛି ତାହା ସମସ୍ତଙ୍କୁ ଜଣା । ବିଚାରପତିମାନଙ୍କୁ ଧମକ ଦେଇ ଏ ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟକୁ ନିଜ ସପକ୍ଷରେ ନେଉଛନ୍ତି ଏପରିକି ବିଚାରପତିମାନଙ୍କର ମୃତ୍ୟୁର ରହସ୍ୟ ରହସ୍ୟ ହୋଇ ରହିଯାଉଛି । ୨୦୧୭ ମସିହା ଏନଡି ଟିଭି ଉପରେ ଆୟକର ବିଭାଗ ତରଫରୁ ଛାପା ମରାଗଲା ଏବଂ ବିଜେପିର ମିଡିଆ ସେଲ ଏବଂ ବିଜେପିର ନେତୃବୃନ୍ଦ ଏନଡି ଟିଭି ଉପରେ କଟୁ ଟିପ୍ପଣୀ କଲେ କିନ୍ତୁ ୨୦୧୯ ମସିହାରୁ ଏନଡି ଟିଭିର ସେୟାରକୁ ଆଦାନୀ କିଣିବା ଆରମ୍ଭ କଲେ ଏବଂ ୨୦୨୨ ମସିହା ବେଳକୁ ଆଜି ଏନଡି ଟିଭା ଆଦାନୀଙ୍କର ହୋଇଗଲା । ଦୈନିକ ଭାସ୍କର ମିଡିଆ ଗ୍ରୁପ ଉପରେ ୨୦୧୭ ମସିହାରେ ଇଡି ଏବଂ ଆଇଟି ରେଡ ଆରମ୍ଭ ହୋଇଗଲା । କାରଣ ଦୈନିକ ଭାସ୍କର ଏକ ପାୱାର ପ୍ଲାଂଟକୁ ଆଦାନୀ ଗ୍ରୁପକୁ ଦେବାପାଇଁ ଏ ରେଡ କରାଯାଇଥିଲା । ଫଳରେ ଦୈନିକ ଭାସ୍କର ପାୱାର ପ୍ଲାଂଟକୁ ମଧ୍ୟ ନେଲା । ଗୁଜୁରାଟର ଏକ ନିର୍ଦ୍ଦିଷ୍ଟ ପୋର୍ଟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ହେରୋଇନ ବାରମ୍ବାର ସିଜ ହେବା ପରେ ମଧ୍ୟ କେଉଁମାନେ ପଠାଉଥିଲେ ତାହାର ମଧ୍ୟ ତଦନ୍ତ ହେଲା ନାହିଁ କିମ୍ବା କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଆରେଷ୍ଟ କରି ଜେଲ ପଠାଗଲା ନାହିଁ ଏହାର କାରଣ କ’ଣ । କଂଗ୍ରେସ ଦାବି କରୁଛି ଯେଉଁମାନେ ଡ୍ରଗ୍ସ ବେପାର କରୁଛନ୍ତି ସେମାନଙ୍କର ପଇସା ଆଦାନୀ ଗ୍ରୁପରେ ଲାଗିଛି କି ସେମାନଙ୍କର ଯାଂଚ ହେଉ । ତେଣୁ ଜେପିସିର ଆବଶ୍ୟକତା ରହିଛି । ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଯେତେବେଳେ ଶ୍ରୀଲଙ୍କା ଯାଇଥିଲେ ସେତେବେଳେ ସେଠିକାର ରାଷ୍ଟ୍ରପତିଙ୍କୁ ଶକ୍ତି ବିତରଣ ଓ ଉତ୍ପାଦନ କ୍ଷେତ୍ରରେ ଏକ ବଡ଼ କ୍ରଟାଟି ଦେବାପାଇଁ ପ୍ରେସର କରିଥିଲେ ବୋଲି ଶ୍ରୀଲଙ୍କାର ଶକ୍ତି ବିଭାଗର ଅଧିକାରୀ ଏବଂ ସାଂସଦମାନେ ଏକଥାକୁ ଉଠାଇଥିଲେ । ଇଜ୍ରାଏଲ ଯାଇ ନିଜର ସାଥୀ ବନ୍ଧୁଙ୍କୁ ଡିଫେନ୍ସ କ୍ରଂଟାକ୍ଟ ଓ ଡ୍ରୋନ କ୍ରଂଟାକ୍ଟ ଦେଇଥିଲେ । ବାଙ୍ଗଲା ଦେଶର ପ୍ରଧାନମନ୍ତ୍ରୀଙ୍କୁ ପ୍ରେସର କରି ଆଦାନୀଙ୍କୁ ବିଦ୍ୟୁତ ଉତ୍ପାଦନର କ୍ରଂଟାକ୍ଟ ଦେଇଥିଲେ । ଖାଲି ସେତିକି ନୁହେଁ ଅଷ୍ଟ୍ରେଲିଆର ସରକାରଙ୍କୁ ବାଧ୍ୟ କରି କୋଇଲା ଖଣି ଆବଂଟନ କରାଇଥିଲେ । ମୋଦି ଏବଂ ଆଦାନୀଙ୍କ ଭିତରେ ସଂପର୍କ କଣ ଏବଂ କାହିଁକି ଭାରତର ପ୍ରଧାନ ମନ୍ତ୍ରୀ ଏବଂ ଭାରତ ସରକାର ଏକ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ସମସ୍ତ ନୀତି ନିୟମ ଭଙ୍ଗକରି କାହିଁକି ଏ ସହଯୋଗ କରୁଛନ୍ତି । ଏପରିକି ରାଷ୍ଟ୍ରର ସମ୍ମାନ ଓ ମର୍ଯ୍ୟଦାକୁ ତଳେ ପକାଇ କାହିଁକି ତାଙ୍କ ସହିତ ବ୍ୟବସାୟୀକ କାରବାରରେ ଲିପ୍ତ ରହିଛି । କ’ଣ ସେ ଫାଇଦା ତାହା ମଧ୍ୟ ଏ ଦେଶବାସୀ ଜାଣିବା କଥା । ଆଜି ଭାରତବର୍ଷର ବନ୍ଦରରୁ ଆୟର ୩୩%ରୁ ଅଧିକ ଅର୍ଥ କେବଳ ଆଦାନୀଙ୍କ ପାଖରେ ରହୁଛି । ଯଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ବିପଦ ଦେଖାଦେବ । ନରେନ୍ଦ୍ର ମୋଦି ପୁଞ୍ଜିବାଦକୁ ପ୍ରୋତ୍ସାନକୁ ଦେଉଛନ୍ତି ଯଦ୍ୱାରାକି ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କ ପାଖରେ ଭାରତ ବର୍ଷର ସର୍ବାଧିକ ସଂପତି ଠୁଳ ହୋଇ ରହୁଛି, ଯଦ୍ୱାରା ଧନୀ ଓ ଗରୀବମାନଙ୍କ ମଧ୍ୟରେ ପାର୍ଥକ୍ୟ ଅଧିକ ଘନିଭୂତ ହେଉଛି । କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ ଆଦାନୀ ଯେଉଁ କିଛି ବ୍ୟବସାୟ କରୁଥିଲେ ବା କରୁଛନ୍ତି ତାହାର ସମସ୍ତ ତଦନ୍ତ ମଧ୍ୟ ଜେପିସି ଦ୍ୱାରା କରାଯାଉ । ଏହାଦ୍ୱାରା ସତ୍ୟତା ପ୍ରତିପାଦିତ ହେବ । ଆଜି ଏଭଳି ଏକ ପରିସ୍ଥିତିରେ ଯେଉଁମାନେ ୨୦୧୪ ମସିହା ପୂର୍ବରୁ ବିଜେପି ଦଳ ପାଇଁ ବଚସ୍କର ହୋଇଥିଲେ ଯଥା ଆନା ହାଜାରେ ଏବଂ ଅନ୍ୟମାନେ ଆଜି ଗୋଟିଏ ପଦ ମଧ୍ୟ କହୁନାହାନ୍ତି । ଭାରତୀୟ ବ୍ୟାଙ୍କ ଜୀବନ ବୀମା ନିଗମର ଟଙ୍କା ଓ ଭାରତୀୟ ବ୍ୟଙ୍କ ମାନଙ୍କର ପୁଞ୍ଜିକୁ କାହିଁକି ଏକ ପ୍ରାଇଭେଟ ବ୍ୟବସାୟରେ ଲଗାଯାଇଛି ଏଥିପାଇଁ ସରକାର ଅନୁମତି ଦେଇଛନ୍ତିକି? ସେ ସମୟରେ ଏ କମ୍ପାନୀମାନଙ୍କର କାଗଜପତ୍ରକୁ ଯାଂଚ କରାଯାଇଥିଲା କି? ସବୁଠାରୁ ଆଶ୍ଚର୍ଯ୍ୟର କଥା ମିଛରେ କମ୍ପାନୀର ସେୟାରକୁ ବଜାରରେ ଅଧିକ ଦାମ ଦେଖେଇ ସେହି ସେୟାରକୁ ପୁଣି ଭାରତୀୟ ବ୍ୟାଙ୍କ ମାନଙ୍କ ପାଖରେ ବନ୍ଧକ ରଖି ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି । ଏହା ସଂପୂର୍ଣ୍ଣରୂପେ ଏକ ମହା ଠକେଇ, ଏବଂ ଅର୍ଥନୈତିକ ଅପରାଧ । ଏହି ଷଡ଼ଯନ୍ତ୍ର ଯୋଗୁଁ ଭାରତବର୍ଷର ବ୍ୟାଙ୍କି ଶିଳ୍ପ, ଅର୍ଥନୀତି ଏବଂ ସାଧାରଣ ପୁଞ୍ଜି ବିନିଯୋଗକାରୀଙ୍କ ପ୍ରଭୁତ କ୍ଷତି ଘଟିଲା । କିନ୍ତୁ ଏ ସରକାର ନୀରବ । ବିଜେଡ଼ି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଏତେ ବଡ଼ ଅର୍ଥନୈତିକ ଅପରାଧ ଓ ଷଡ଼ଯନ୍ତ୍ର ସତ୍ୱେ ବିଜେଡ଼ି ନୀରବ କାହିଁକି । ସଂସଦରେ ବିଜେଡ଼ି ଦଳର ଗୋଟିଏବି ସାଂସଦ ଏ ବାବଦରେ ଥରୁଟିଏ ପ୍ରଶ୍ନ କରି ନାହାନ୍ତି । ସରକାର ଯେତେ ସମସ୍ତ ଜନବିରୋଧୀ ଆଇନ ପ୍ରଣୟନ କରିଛନ୍ତି ବିଜେଡ଼ି ପ୍ରଥମ ଦଳ ହିସାବରେ ଆଖିବୁଜି ତାଙ୍କୁ ସମର୍ଥନ କରିଛନ୍ତି । ଏହାହିଁ ତାଙ୍କର ଦେଶଭକ୍ତି ଏବଂ ଜନସାଧାରଣଙ୍କ ପ୍ରତି ତାଙ୍କର ନିଷ୍ଠା । ନରେନ୍ଦ୍ର ମୋଦି ଓ ଆଦାନୀ ସଂପର୍କକୁ ଯେତେ ଲୁଚାଇଲେ ବି ଲୁଚିବ ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମିଡିଆ ସେଲର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହରା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ପଦ୍ମାକର ଗୁରୁ, ସୁବ୍ରତ ମହାପାତ୍ର ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking