31.1 C
Bhubaneswar
Monday, May 18, 2026
Homeଖେଳବିସିସିଆଇକୁ ପିସିବି ଅଧ୍ୟକ୍ଷଙ୍କ ଧମକ; ବିଶ୍ୱକପ୍ ପାଇଁ ଭାରତ ଆସିବନି ପାକିସ୍ତାନ

ବିସିସିଆଇକୁ ପିସିବି ଅଧ୍ୟକ୍ଷଙ୍କ ଧମକ; ବିଶ୍ୱକପ୍ ପାଇଁ ଭାରତ ଆସିବନି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏକ ବଡ଼ ଘୋଷଣାକ୍ରମେ ପାକିସ୍ତାନ ଟିମ୍ ମହିଳା ବିଶ୍ୱକପ୍ ୨୦୨୫ ପାଇଁ ଭାରତ ଆସିବ ନାହିଁ ବୋଲି କହିଛି। ସୂଚନାଯୋଗ୍ୟ, ମହିଳା ଦିନିକିଆ ବିଶ୍ୱକପ୍ ଚଳିତବର୍ଷ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେବ। ଏଥିରେ ୮ ଟିମ୍ ଭାଗନେବେ। ପୂର୍ବରୁ ଆୟୋଜକ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ସାଉଥ୍ ଆଫ୍ରିକା ଯୋଗ୍ୟତା ଅର୍ଜନ କରିସାରିଥିବା ବେଳେ ପାକିସ୍ତାନ କ୍ୱାଲିଫାୟର୍ସ ଟୁର୍ଣ୍ଣାମେଣ୍ଟ୍‌ରୁ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟ ହୋଇଛି।

ଭାରତ ନଆସିବାର କାରଣ ସମ୍ପର୍କରେ ପିସିବି କହିଛି, ଚାମ୍ପିଅନ୍ସ ଟ୍ରଫି ପାଇଁ ଯେପରି ଭାରତ ପାକିସ୍ତାନ ଗସ୍ତ କରିନଥିଲା, ସେହିପରି ପାକିସ୍ତାନ ମହିଳା ଟିମ୍ ବିଶ୍ୱକପ୍ ପାଇଁ ଭାରତ ଆସିବ ନାହିଁ। ପିସିବି ଅଧ୍ୟକ୍ଷ ମୋହସିନ ନକ୍‌ଭୀ ଭାରତକୁ ଧମକାଇବା ସ୍ୱରରେ କହିଛନ୍ତି, ‘ଯେପରି ଭାରତ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ ଆସିନଥିଲା ଏବଂ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍ ଖେଳିବା ପାଇଁ ଟିମ୍‌କୁ ଅନୁମତି ଦିଆଯାଇଥିଲା ସେହିପରି ପାକିସ୍ତାନ ପାଇଁ ଯେଉଁ ନିରପେକ୍ଷ ଭେନ୍ୟୁ ଚୟନ କରାଯିବ ଟିମ୍ ସେଠାରେ ଖେଳିବାକୁ ପ୍ରସ୍ତୁତ ଅଛି। ଯେତେବେଳେ କୌଣସି ବୁଝମଣା ହୋଇସାରିଛି, ତାକୁ ମାନିବାକୁ ପଡ଼ିବ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking