20.1 C
Bhubaneswar
Wednesday, December 25, 2024
Homeଓଡିଶାବାଟବଣା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା !

ବାଟବଣା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା !

ରାୟଗଡା : ବାଟବଣା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା। ଅବଧି ସରିଛି କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ ।ପିପିଲି ରେ କୋଟି କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତ ର ଫାଇଦା ନେଇ ସରକାରଙ୍କ କୋଟି କୋଟି ଟଙ୍କାକୁ ଅତି ନିମ୍ନମାନର କାର୍ଯ୍ୟ କରି ବିଭାଗୀୟ ଅଧିକାରୀ ଙ୍କ ସଲାସୁତୁରାରେ ଲୁଟୁଛନ୍ତି ଅସାଧୁ ଠିକାଦାର।ଯାହାକୁ ନେଇ ସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଅସନ୍ତୋଷ ଦେଖା ଦେଇଛି।ସେପଟେ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହିତ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କୁ ତାଗିଦ କରାଯିବ ବୋଲି ବିଧାୟକ କହିଛନ୍ତି।

ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଛି କୋଟି କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଓ ବ୍ରିଜ କାର୍ଯ୍ୟ। କାମ ଆରମ୍ଭ ପୂର୍ବରୁ କାର୍ଯ୍ୟ ନିମନ୍ତେ ଫଳକ ଲଗାଯାଇ ସୂଚନା ପ୍ରଦାନ କରାଯାଉଛି ,ମାତ୍ର କାର୍ଯ୍ୟ ଅବଧି ସରିଥିଲେ ମଧ୍ୟ ଅନେକ ସ୍ଥାନରେ କାମ ଅଧପନ୍ତରିଆ ହୋଇ ପଡ଼ିଥିଲା ବେଳେ କେଉଁ ଠାରେ କାମ ଆରମ୍ଭ ନ ହୋଇ ବର୍ଷ ବର୍ଷ ଧରି ମେଣ୍ଟାଲ ଗଦା ହୋଇ ରହିଛି । ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗ ରେ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ଲାଭ ଖୋର ମନୋବୃତ୍ତି ପାଇଁ ସରକାରଙ୍କ ଅନେକ ପ୍ରକଳ୍ପ ଏବେ ବାଟବଣା ହୋଇ ପଡିଛି। ଦେଖନ୍ତୁ ଏ ହେଉଛି ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ପୁରୁଣା ଏନ ଏଚ ଦାଣ୍ଡ ମୁକୁନ୍ଦ ପୁର ଠାରୁ ରାଜତେଇ ଭାୟା କସରଦା ୫ କିଲୋମିଟର ୩ଶହ ୨୦ ମିଟର ରାସ୍ତା ପାଇଁ ୩କୋଟି ୬୫ଲକ୍ଷ୪୧ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ।

ଏ କାର୍ଯ୍ୟ ର ଅବଧି ସରିଥିଲେ ମଧ୍ୟ କାମ ମାତ୍ର ଅଳ୍ପ କେଇ ଦିନ ହେବ ଆରମ୍ଭ ହୋଇଛି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତିକି କାମ ହୋଇଛି ନିମ୍ନମାନର କାମ ପାଇଁ କିଛି ଦିନ ନ ପୁରୁଣୁ ଫାଟି ନଷ୍ଟ ହେଲାଣି, କେବଳ ଏ ରାସ୍ତା ନୁଁହ ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ଜଇଶପାଟଣା ଛକ ଠାରୁ ଜଗନ୍ନାଥ ପୁର ଭାୟା ପାଟସାହାଣୀ ପୁର ଅରୁହା ହରିଆନ୍ତା ୫ କିଲୋମିଟର ୫ ଶହ ୪୦ମିଟର ରାସ୍ତା ପାଇଁ ୩ କୋଟି ୮୩ ଲକ୍ଷ ୫୮ ହଜାର ମଞ୍ଜୁର ହୋଇ କାର୍ଯ୍ୟ ର ଅବଧି ମଧ୍ୟ ସରିଥିଲେ ମଧ୍ୟ କାମ ଆରମ୍ଭ ହୋଇ ପାରିନାହିଁ । କେବଳ ଏତିକି ନୁହେଁ ଗତ ମାସକ ତଳେ ପ୍ରାୟ ୮ କୋଟି ଟଙ୍କାରେ ଗଙ୍ଗୁଆ ନାଳ ଉପରେ ବିଜୁ ସେତୁ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ରାତି ଅଧିଆ ଜେସିବି ସାହାର୍ଯ୍ୟ ରେ ବ୍ରିଜର ପିଲର କଂକ୍ରିଟ କାର୍ଯ୍ୟ ବିଭାଗ ଦାୟିତ୍ବ ହୀନତା କୁ ପଦାରେ ପକାଇଛି । ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ପିପିଲି ଅଧିନ ରେ ହେଉଥିବା ପ୍ରକଳ୍ପ ର ତଦନ୍ତ ହେଲେ ଦୁର୍ନୀତି କେତେ ହୋଇଛି ତାହା ସ୍ପଷ୍ଟ ପ୍ରମାଣିତ ହେବ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

ସେପଟେ ଅଧାପନ୍ତରିଆ କାମ ଓ ନିମ୍ନମାନର କାମ ଅଭିଯୋଗ ସ୍ଥାନୀୟ ବାସିନ୍ଦା କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଙ୍କ ନୀରବତା ପାଇଁ ଠିକାଦାର ମନୋମୁଖୀ କାର୍ଯ୍ୟ କରୁଥିବା ଲୋକେ ଅଭିଯୋଗ କରୁଥିଲେ ମଧ୍ୟ ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା କାମକୁ ନେଇ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ବିଭାଗୀୟ ଅଧିକାରୀ, ଅନ୍ୟପଟେ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗ ବିରୁଦ୍ଧରେ ଅଭିଯୋଗ ଆସିବା ପରେ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କୁ ତାଗିଦ କରି ବିଭିନ୍ନ ସ୍ଥାନରେ କାମର ମାନ ଯାଞ୍ଚ କରୁଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ| ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବ୍ୟବହାର କରାଯାଉ ଥିବା ସାମଗ୍ରୀ ଯାଞ୍ଚ କରିବା ସହିତ ଠିକାଦାର ମାନଙ୍କୁ ତାଗିଦ କରି କାମ ସଠିକ ସମୟ ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ବିଧାୟକ ।

ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରାୟ ଶହେ କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲୁ ଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ଲାଭଖୋର ମନୋବୃତ୍ତି ଯୋଙ୍ଗୁ ସରକାର ଙ୍କ ଏ ଯୋଜନା ଦିଗ ହରା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking