29.1 C
Bhubaneswar
Wednesday, April 29, 2026
Homeଓଡିଶାନବୀନଙ୍କୁ ଭେଟିଲେ ପାଟକୁରା କର୍ମୀ,ନେତା

ନବୀନଙ୍କୁ ଭେଟିଲେ ପାଟକୁରା କର୍ମୀ,ନେତା

ଭୁବନେଶ୍ୱର : ଆଜି ସନ୍ଧ୍ୟା ରେ ପାଟକୁରା ନିର୍ବାଚନ ମଣ୍ଡଳୀର ଶହ ଶହ ବିଜେଡି କର୍ମୀ ନବୀନ ନିବାସ ରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ପାଟକୁରା ବିଧାୟକ ଙ୍କୁ ନିଲମ୍ବନ ନିଷ୍ପତ୍ତି କୁ ସ୍ୱାଗତ କରିଥିଲେ। ଏହାସହିତ ଦଳ କୁ ମଜବୂତ କରିବାକୁ ଆଗାମୀ ଦିନ ରେ ସଭାପତି ଯାହା ନିଷ୍ପତ୍ତି ନେବେ ସେଥିପ୍ରତି ସେମାନଙ୍କର ଦୃଢ଼ ସମର୍ଥନ ମଧ୍ୟ ଘୋଷଣା କରିଥିଲେ। ପାଟକୁରା ରୁ ଆସିଥିବା କର୍ମୀ ମାନଙ୍କୁ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ସବୁବେଳେ ଲୋକଙ୍କ ସେବା ରେ ବିଶ୍ୱାସ କରେ।ଲୋକଙ୍କ ସ୍ୱାର୍ଥ ବିରୋଧ ରେ ତଥା ଦଳ ବିରୋଧ ରେ କାମ କରୁଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେବି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ। ସୂଚନା ଯୋଗ୍ୟ ଯେ ନିକଟରେ ଦଳବିରୋଧୀ କାର୍ଯ୍ୟ ପାଇଁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଙ୍କୁ ସଭାପତି ନବୀନ ପଟ୍ଟନାୟକ ବିଜେଡି ରୁ ନିଲମ୍ବିତ କରିଥିଲେ। ଆଜି ପାଟକୁରା ବିଜେଡି କର୍ମୀ ମାନେ ଭେଟିବା ସମୟ ରେ ବିଧାୟକ ପ୍ରତାପ କେଶରୀ ଦେବ,ବିଧାୟକ ଧ୍ରୁବ ସାହୁ.,ସୁନୀଲ ମହାନ୍ତି,ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତାପ ଜେନା ଙ୍କ ସମେତ କେନ୍ଦ୍ରାପଡ଼ା ର ୫ ଜଣ ଜିଲ୍ଲା ପରିଷଦ ସଭ୍ୟ,ପାଟକୁରା ର ଦୁଇ ବ୍ଲକ ରେ vice chairman ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking