27.1 C
Bhubaneswar
Tuesday, September 17, 2024
Homeଓଡିଶାଓଏଏସ୍ ସ୍ତରରେ ଅଦଳ ବଦଳ

ଓଏଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ତରଞ୍ଜନ ପାତ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ପାତ୍ରଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବରିଷ୍ଠ ଓଏଏସ୍ ଦିଲ୍ଲୀପ କୁମାର ପରିଡ଼ାଙ୍କୁ ଅବସ୍ଥାପିତ କରାଯାଇଛି । ସେହିପରି ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ରନାଥ କର ଓ ଯୁଗ୍ମସଚିବ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କୁ ଯଥାକ୍ରମେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଓ କୋରାପୁଟସ୍ଥିତ ଯୁଗ୍ମ କେବିକେ ପ୍ରଶାସକ ଭାବେ ବଦଳି ହୋଇଛି । ସେହିପରି ଗଜପତି ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ନୀଳମାଧବ ମାଝୀଙ୍କୁ ଗଞ୍ଜାମ ଜିଲ୍ଲା ଅତରିକ୍ତ ଉପଜିଲ୍ଲାପାଳ ଭାବେ ଛତ୍ରପୁରକୁ ବଦଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking