ଭୁବନେଶ୍ୱର: ଲକ୍ଷ୍ମୀ ଯୋଜନା ଶଙ୍ଖ ଚିହ୍ନ ବ୍ୟବହାରକୁ ସମାଲୋଚନା କଲେ ବିରୋଧୀ ଦଳ ନେତା ଜୟରାୟଣ ମିଶ୍ର । ଦଳୀୟ ସରକାର ଓଡ଼ିଶାରେ କାମ କରୁଛି ବୋଲି କହିଲେ ଜୟନାରାୟଣ । ଦଳ ଓ ସରକାର ଗୋଟିଏ ହୋଇଯାଇଛନ୍ତି, ଆଗରୁ ଜଣାପଡ଼ିନଥିଲା । ପ୍ରଶାସନିକ ଅଧିକାରୀମାନେ ଦଳୀୟ ଭିତ୍ତିରେ କାମ କରୁଛନ୍ତି । ପିଅନଠୁ ଆରମ୍ଭ କରି ଆଇଏଏସ୍ ଅଧିକାରୀ ଦଳ ପାଇଁ କାମ କରୁଛନ୍ତି । ନିର୍ବାଚନ ବେଳେ ଦଳ ପାଇଁ କାମ କରୁଥିବା କଥା ପ୍ରମାଣିତ ହୋଇଛି । କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ଦିନକୁ ଦିନ ମୁହଁ ବଢ଼ିଯାଉଛି । ଜନତା ଉଠାଇ ଫିଙ୍ଗିଦେବା କଥା, କିନ୍ତୁ ଗଣତନ୍ତ୍ରରେ ଜନତା ହିଁ ମାଲିକ ।