ବିବାହର ବନ୍ଧନ ବାନ୍ଧି ହେବେ ବଲିଉଡ ତାରକା ପରିଣୀତି ଚୋପ୍ରା । ଆଜି ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ାଙ୍କ ପଡିବ ହାତଗଣ୍ଠି । ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମକୁ ସାଥୀ ହେବେ । ଯାହାକୁ ନେଇ ଏବେ ଚାଲିଛି ଖୁବ ଚର୍ଚ୍ଚା । ଏଥିପାଇଁ ସଜେଇ ହୋଇଛି ଉଦୟପୁରର ଲୀଲା ପ୍ୟାଲେସ । ଏଠାରେ ଉଭୟଙ୍କ ବିବାହକୁ ନେଇ ପ୍ରସ୍ତୁତି ସରିଛି । ଆଉ କେଇ ଘଂଟାର ଅପେକ୍ଷା । ପରିଣୀତି-ରାଘବଙ୍କର ପଡିବ ହାତଗଣ୍ଠି । କିନ୍ତୁ ତାପୂର୍ବରୁ ବରିଣୀତି ଆଉ ରାଘବଙ୍କ ହଲଦୀ ଏବଂ ସଙ୍ଗୀତର କିଛି ଝଲକ ସାମ୍ନାକୁ ଆସିଛି । ଯାହାର ଫଟୋ ଏବେ ଭାଇରାଲ ହୋଇଛି ।
୨୩ରେ ଲିଲା ପ୍ୟାସେରେ ଉଭୟଙ୍କର ଏହି ହଲଦୀ ସେରିମନିର ଆୟୋଜନ କରାଯାଇଥିଲା । ଯାହାର ଫଟୋ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଥିଲା । ୨୩ ତାରିଖ ରାତିରେ ଉଭୟଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ ପଂଜାବୀ ସିଙ୍ଗର ନବରାଜ ସିଂହଙ୍କୁ ସୁନ୍ଦର ପରଫର୍ମାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ସଙ୍ଗୀତର ତାଳେ ତାଳେ ସମସ୍ତେ ଖୁବ ଝୁମିଥିଲେ । ତେବେ ୨୪ ତାରିଖ ଦିନ ୨.୩୦ରେ ବାରାତ ବାହାରିବ ୩.୩୦ରେ ବରମାଳା ବିନ୍ଧାଇବେ ପରିଣୀତି ।