ରାଜସ୍ଥାନ : ଝିଅ ପ୍ରେମ ବିବାହ କରିବାରୁ ଜୀବନ ହାରିଲେ ବାପା-ମା’ । ରାଜସ୍ଥାନର ପାଲୀରେ ଘଟିଛି ଏଭଳି ଘଟଣା । ଝିଅ ଅନ୍ୟ ଜାତିର ଯୁବକଙ୍କୁ ବିବାହ କରିଥିଲେ । ପରିବାର ବହୁତ ବୁଝାଇଥିଲେ ବି ଝିଅ ଫେରି ଆସିବାକୁ ରାଜି ହୋଇନଥିଲେ । ଝିଅର ଏଭଳି କାମରେ ଭାଙ୍ଗିପଡ଼ିଥିବା ପିତାମାତା ପ୍ରଥମେ ନିଜ ପୁଅକୁ ଯୋଧପୁରରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ପଠାଇଥିଲେ । ଏହା ପରେ ଦୁହେଁ ଟ୍ରେନ୍ ଆଗକୁ ଡେଇଁ ନିଜ ଜୀବନ ଶେଷ କରିଥିଲେ । ଘଟଣା ବିଷୟରେ ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯାଞ୍ଚ ପରେ ପୁଲିସକୁ ଏକ ସୁଇସାଇଡ ନୋଟ ମିଳିଥିଲା ଯେଉଁଥିରେ ପୁଅକୁ ହାଇରାଣ କରିବ ନାହିଁ ବୋଲି ଲେଖାଯାଇଥିବା ଜଣାଯାଇଛି ।
ମୃତକମାନେ ପାଲିର ହାଉସିଂ ବୋର୍ଡର ବାସିନ୍ଦା ଅଶୋକ ଏବଂ ମୀନା ବୋଲି ଚିହ୍ନଟ କରାଯାଇଛି । ପୁଲିସର ସୂଚନା ମୁତାବକ, ଅଶୋକ ଓ ମୀନାଙ୍କ ଝିଅ ତାଙ୍କ ବିନ?ା ଅନୁମତିରେ ଅଲଗା ଜାତିର ଯୁବକଙ୍କୁ ବିବାହ କରିିଥିଲେ । ଝିଅର ଏଭଳି କାମ ବିଷୟରେ ଜାଣିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ବିବାହ ଭାଙ୍ଗି ଘରକୁ ଫେରିବା ପାଇଁ ଝିଅକୁ ଅନେକ ବୁଝାଇଥିଲେ ଅଶୋକ । ଏମିତି କି ପୁଲିସରେ ବି ଏହାର ଅଭିଯୋଗ କରିଥିଲେ । ହେଲେ ପୁଲିସ ଆଗରେ ଝିଅ ନିଜ ସ୍ୱାମୀଙ୍କ ସହ ରହିବାକୁ ଚାହୁଥିବା କହିଥିଲେ । ଝିଅର ଏହି ନିଷ୍ପତ୍ତି ପାଇଁ ଅଶୋକଙ୍କ ପରିବାର ଭାଙ୍ଗିବାକୁ ବସିଥିଲା । ତାଙ୍କ ପୁଅ ଅବସାଦଗ୍ରସ୍ତ ହୋଇପଡ଼ିଥିବା ବେଳେ ବନ୍ଧୁ ଓ ସର୍ମ୍ପକୀୟମାନେ ଅନେକ କଥା କହୁଥିଲେ । ଏସବୁକୁ ସହିନପାରି ଅଶୋକ ଓ ମୀନା ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସୁଇସାଇଡ ?ନୋଟରେ ଲେଖାଥିବା କହିଛି ପୁଲିସ ।