34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶବିମାନରେ ପାରା ଆଥ୍‌ଲେଟ୍‌ଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବିମାନରେ ପାରା ଆଥ୍‌ଲେଟ୍‌ଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଦିଲ୍ଲୀ: ଭାରତୀୟ ପାରା ଆଥ୍‌ଲେଟ୍ ସୁବର୍ଣ୍ଣା ରାଜ ଶୁକ୍ରବାର ନୂଆଦିଲ୍ଲୀରୁ ଚେନ୍ନାଇ ଯାତ୍ରା କରୁଥିବା ବେଳେ ଇଣ୍ଡିଗୋ ଏୟାରଲାଇନ୍ସ କ୍ରୁ ମେମ୍ବର ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ସୁବର୍ଣ୍ଣା ଅଭିଯୋଗ କରିଛନ୍ତି ଯେ ଯାତ୍ରା ବେଳେ ଏୟାର୍‌ଲାଇନ୍ସକୁ ହ୍ୱିଲ୍‌ଚେୟାର୍ ମାଗିଥିବା ବେଳେ କେହି ତାଙ୍କ କଥା ଶୁଣିନଥିଲେ । ନ୍ୟୁଜ୍ ଏଜେନ୍ସ ଏଏନ୍‌ଆଇକୁ ସୁବର୍ଣ୍ଣା କହିଛନ୍ତି, ବିମାନର ମୁଖ୍ୟ ଦ୍ୱାରରେ ମୋତେ ବ୍ୟକ୍ତି ହ୍ୱିଲ୍‌ଚେୟାର ଆବଶ୍ୟକ ବୋଲି ୧୦ ଥର କହିଥିଲେ ମଧ୍ୟ ଇଣ୍ଡିଗୋର କୌଣସି କର୍ମଚାରୀ ମୋ କଥା ଶୁଣିନଥିଲେ ।

ଏପରିକି ତାଙ୍କ ହ୍ୱିଲ୍‌ଚେୟାର୍‌କୁ ଖରାପ ମଧ୍ୟ କରିଦେଇଥିବା ଏକ ଭିଡିଓ ମେସେଜ୍ ସୁବର୍ଣ୍ଣାଙ୍କ ସ୍ୱାମୀ ପ୍ରତୀପ ରାଜ ଜଣାଇଛନ୍ତି । ଏହି ହ୍ୱିଲ୍‌ଚେୟାର୍ ମୁଲ୍ୟ ୩ ଲକ୍ଷ ଟଙ୍କା ଏବଂ ସୁବର୍ଣ୍ଣାଙ୍କ ଆବଶ୍ୟକତା ଅନୁସାରେ ଏହା ପ୍ରସ୍ତୁତ କରାଯାଇଛି । ସୁବର୍ଣ୍ଣା ୨୦୨୩ରେ ଅନୁଷ୍ଠିତ ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କୁ ଶଟ୍‌ପୁଟ୍‌ରେ ସ୍ୱର୍ଣ୍ଣ ଏବଂ ଡିସ୍‌କସ୍ ଥ୍ରୋ’ରେ ରୌପ୍ୟ ପଦକ ମିଳିଥିଲା । ଏହା ବ୍ୟତୀତ ସେ ୨୦୧୩ ଥାଇଲାଣ୍ଡ ପାରା ଟେବଲ୍ ଟେନିସ୍ ଓପନ୍ ଏବଂ ୨୦୧୪ ଏସିଆନ୍ ପାରା ଗେମ୍ସରେ ଦୁଇଟି ଲେଖାଏଁ ପଦକ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking