29.1 C
Bhubaneswar
Monday, November 18, 2024
Homeଲାଇଫ୍ ଷ୍ଟାଇଲ୍ଭଣ୍ଡା ମଞ୍ଜିରେ ଭରି ରହିଥାଏ ଏହି ଜିନିଷ, ପଢନ୍ତୁ ଏହାର ଫାଇଦା ବିଷୟରେ

ଭଣ୍ଡା ମଞ୍ଜିରେ ଭରି ରହିଥାଏ ଏହି ଜିନିଷ, ପଢନ୍ତୁ ଏହାର ଫାଇଦା ବିଷୟରେ

ନୂଆଦିଲ୍ଲୀ: ଆପଣ ଭଣ୍ଡା ତ ଖାଉଥିବେ । ହେଲେ ତାର ମଂଜି କେବେ ଖାଇଛନ୍ତି କି ? ଏହାକୁ କେବଳ ଖିଆଯାଏ ନାହିଁ ବରଂ ଏହା ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ । ସମସ୍ତେ ଫଳ ଖାଆନ୍ତି । ଫଳର ମଂଜିକୁ ସମସ୍ତେ ଅଦରକାରୀ ଭାବି ଫୋପାଡି ଦିଅନ୍ତି । ଏମିତି ଭାବିବା ଭୁଲ । କାରଣ ଭଣ୍ଡା ଫଳ ସହିତ ତାର ମଂଜିରେ ପୋଷକ ତତ୍ୱ ଭରି ରହିଥାଏ । ବର୍ଷ ସାରା ଏହା ଉପଲବ୍ଧ ହୋଇଥାଏ । ଭଲ ସ୍ୱାସ୍ଥ୍ୟ ପାଇଁ ଭଣ୍ଡା ଖାଇବା ଦରକାର । ଭଣ୍ଡା ମଂଜିରେ ଆଣ୍ଟିଏକ୍ସିଡାଣ୍ଟଓ ଭରି ହୋଇ ରହିଥାଏ । ପେଟ ସମସ୍ୟା ଦୂର କରିବା ସହ ଏହା ହୃଦରୋଗକୁ ଦୂର କରିଥାଏ ।
ଭଣ୍ଡା ମଂଜିରେ ପୋଲିଫେନୋଲ୍ସ, ଫ୍ଲେବୋନୋ ଡ୍ସ, ଏଲ୍କାଇଡ୍ସ, ଟୋନିନ ରହିଥାଏ । ଏସବୁ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଭଳି କାମ କରିଥାଏ ।
ଭଣ୍ଡା ମଂଜିରେ ଫାଇବର ଭରପୁର ମାତ୍ରାରେ ରହିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ପାଚନ ତନ୍ତ୍ର ସୁସ୍ଥ ରଖିବାରେ ଏହା ସହାୟକ ହୋଇଥାଏ ।


ଫାଇବରରେ ଏହା ଭରି ରହିଥିବାରୁ ପାଚନ ପ୍ରକ୍ରିୟାକୁ ଏହା ଟ୍ରାକରେ ରଖିଥାଏ । ଏପରି ଭାବରେ ଶରୀରରୁ ବିଷାକ୍ତ ପଦାର୍ଥ ହଟାଇବାରେ ଏହା ସାହାଯ୍ୟ କରେ ।
ଭଣ୍ଡା ମଂଜି ଓଲିକ ଏସିଡ ଭଳି ମୋନୋଅନାସ୍ୟାଚୁରେଟେଡ ଫ୍ୟାଟି ଏସିଡରେ ଭରି ରହିଥାଏ । ଫ୍ୟାଟି ଏସିଡ ଖରାପ କୋଲେଷ୍ଟ୍ରୋଲ କମ୍ କରି କୋଲେଷ୍ଟୋଲ ସ୍ତରକୁ ନିୟନ୍ତ୍ରଣ କରିଥାଏ ।
ଖାଲି ଏତିକି ନୁହେଁ, ଏହି ମଂଜି ହୃଦରୋଗରୁ ଆମକୁ ରକ୍ଷା କରେ । ରକ୍ତଚାପ ନିୟନ୍ତ୍ରଣ କରିବାରେ ବି ଏହା ଭୂମିକା ଗ୍ରହଣ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking