29.1 C
Bhubaneswar
Wednesday, June 4, 2025
Homeଓଡିଶାସାଲିଆସାହି ଓ ଜଟଣୀରେ ପାଣ୍ଡିଆନଙ୍କ ପ୍ରଚାର

ସାଲିଆସାହି ଓ ଜଟଣୀରେ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ୱର: ମୁଁ ରାଜନୀତି ଜାଣିନି, କାମ କରିବା ଜାଣିଛି, ମୋ ଉପରେ ବିଶ୍ୱାସ ରଖନ୍ତୁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ, ବିଏସକେୱାଇରେ ସମସ୍ତେ ସାମିଲ ହେବେ ଏବଂ ମିଶନ ଶକ୍ତି ମା’ମାନେ ପେନ୍‌ସନ ପାଇବେ । ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ସାଲିଆସାହିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଏହା କହିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ । ପ୍ରଚାର ସମୟରେ ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ, ଅନ୍ୟ ରାଜନୈତିକ ନେତାମାନେ ଆପଣଙ୍କୁ ଭୋଟ ପାଇଁ ଏଠାରେ ରଖିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ସାଲିଆସାହିର ଭଲ ଚାହାନ୍ତି, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଆପଣମାନଙ୍କ କଥା ଆଗ ଚିନ୍ତା କରିଥାନ୍ତି ।

ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୋଟ ପାଇଁ କାମ କରନ୍ତି ନାହିଁ, ଆପଣମାନଙ୍କୁ ଭଲରେ ରଖିବାକୁ କାମ କରିଥାନ୍ତି । ସେ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଆପଣମାନେ ତାଙ୍କ ହୃଦୟରେ ରହିଥିବେ । ବିରୋଧୀ ନେତାମାନଙ୍କୁ ପଚାରିବେ, ବିଜେପି ଦଳ କେଉଁ ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦେଇଛି କି ? ଘର ତିଆରି କରି ଦେଇଛି କି ? କୌଣସି ରାଜ୍ୟରେ ବିଜେପି କିମ୍ବା ଅନ୍ୟ ଯେ କୌଣସି ସରକାର ଏହା କରିନାହାନ୍ତି । ବସ୍ତିବାସିନ୍ଦାଙ୍କୁ ସମ୍ମାନ ଆପଣମାନଙ୍କ ଜରିଆରେ ନୂଆ ଭୁବନେଶ୍ୱର ଗଠନ କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ । ତଳୁ ଫାଇଲ ଆସିଥିଲା ଆପଣଙ୍କୁ ବିସ୍ଥାପିତ କରି ଅନ୍ୟ ସ୍ଥାନରେ ଜାଗା ଦେବାପାଇଁ, ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଲେ ଯେଉଁଠି ଅଛନ୍ତି ସେଠାରେ ପଟ୍ଟା ଦିଆଯାଉ । ବସ୍ତିରୁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଆପଣଙ୍କ ପିଲାମାନଙ୍କ ବଡ଼ ବଡ଼ ସ୍ୱପ୍ନକୁ ସାକାର କରିବା ପାଇଁ ଆଇଆରସି ଭିଲେଜ ସ୍କୁଲ ରୂପାନ୍ତରିତ ହୋଇଛି, ପିଲାମାନଙ୍କ ସ୍ୱପ୍ନ ଏହାଦ୍ୱାରା ପୂରଣ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking