ଭୁବନେଶ୍ୱର : ଓଡିଶା ବାସୀ ଜାଣିଛନ୍ତି ଓଡିଶାରେ ବିଜେପିର ସ୍ଥିତି କିଛି ନାହିଁ। ବିଜେଡ଼ି ତୃତୀୟ ପର୍ଯ୍ୟାୟ ପରେ ଲୋକଙ୍କ ଆଶିର୍ବାଦରେ ବହୁମତ ପାଇ ସାରିଛି। ବିଜେଡ଼ି ସୁଇପ କରିବ, ୯୦-୯୫ ଷ୍ଟାଇକ ରେଟ ହେବ। ଅନ୍ୟ ସ୍ଥାନରେ ଯଦି ୮୦-୮୫ ପ୍ରତିଶତ ରହିଛି ଏଇଟା ବିଜେଡ଼ିର ଗଡ଼। ଯାଜପୁର, ଭଦ୍ରକ ,ଜଗତସିଂପୁର ,କେନ୍ଦ୍ରାପଡ଼ା ବାଲେଶ୍ୱର ,ମୟୁରଭଞ୍ଜ । ମୟୂରଭଞ୍ଜରେ ଜିଲ୍ଲା ପରିଷଦ ନିର୍ବାଚନରେ ୫୫ରୁ ୫୪ ବିଜେଡ଼ି ଜିତିଲା। ଆଉ କେଉଁ ଦଳ ଗୋଟିଏ ଆସନ ପାଇଥିଲେ ବୋଲି ବିଜେଡ଼ି ନେତା ଭି. କେ. ପାଣ୍ଡିଆନ କହିଛନ୍ତି l
ଅମିତ ଶାହା ଓଡିଶା ଗସ୍ତ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି,
ଓଡ଼ିଶା ବହୁତ ନେତା ମାନେ ଆସୁଛନ୍ତି , ଭଲ କଥା। ଓଡିଶାକୁ ଆସିବା ସ୍ଵାଗତ l ହେଲେ ଓଡିଶା ଆସି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି। ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ । ମତେ ଗାଳି କି ଆକ୍ରମଣ କଲେ କିଛି ପ୍ରଭାବ ପଡ଼ିବ ନାହିଁ। ମୁଁ ବହୁତ ଖୁସୀ ଅଛି । ମୋତେ ଯଦି ଗାଳି ଦେଲେ ତାହାର ଜବାବ ଓଡ଼ିଶାବାସୀ ଦେବେ l ଓଡିଶାର ସବୁ ଯୋଜନା ୫ଟିରେ ହେଉଛି ,ସେମାନେ ଏଇଟା ଜାଣିଛନ୍ତି। ମତେ ଗାଳି ଦେଲେ ଲୋକ ବୁଝିବେ।
୨୦୧୯ ପରଠୁ ଓଡିଶାରେ ବହୁତ ଭଲ କାମ କରlଯାଇଛି। ୫ ଟି ଘୋଷଣା ପରେ ସବୁ କାମ ଭଲ ହୋଇଛି । କୋଭିଡ ବେଳେ ଓଡିଶାବାସୀ ମାଗଣା ଚିକିତ୍ସା ପାଇଛନ୍ତି। ଏହାସହ ଅନେକ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି। ଏବେ ସବୁ କିଛି ସବୁ ରୂପାନ୍ତରିକରଣ ହେଉଛି, ସ୍କୁଲ , କଲେଜ ଠୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ। ମୋ ସରକାର ଲାଗୁ ହେବା ପରେ ସବୁ ଅଫିସ ବିଷୟରେ ଆପଣ ଲୋକଙ୍କଠୁ ମତାମତ ନେଲେ ସେମାନେ କହିବେ। 5ଟି ଓ ମୋ ସରକାର ଦ୍ୱାରା କିପରି ଉପକୃତ ହେଉଛନ୍ତି l ବିଜେଡ଼ି ଲୋକଂକ ସରକାର ଭି କେ ପାଣ୍ଡିଆନ କହିଛନ୍ତି l