22.1 C
Bhubaneswar
Saturday, January 11, 2025
Homeଅପରାଧପଞ୍ଚମ ପର୍ଯ୍ୟାୟ ଭୋଟ ବେଳେ ବିଶୃଙ୍ଖଳା: କେଉଁଠି ଭୋଟ ବାକ୍ସ ପୋଖରୀରେ ଫିଙ୍ଗିଲେ ତ କେଉଁଠି...

ପଞ୍ଚମ ପର୍ଯ୍ୟାୟ ଭୋଟ ବେଳେ ବିଶୃଙ୍ଖଳା: କେଉଁଠି ଭୋଟ ବାକ୍ସ ପୋଖରୀରେ ଫିଙ୍ଗିଲେ ତ କେଉଁଠି ବାଲାଟ ପେପର ନେଇ ପଳାଇଲେ

ଭୁବନେଶ୍ୱର : ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ପୁଣି ବିଶୃଙ୍ଖଳା । ଧାମନଗର ବ୍ଲକରେରେ ପୁଣି ନିର୍ବାଚନୀ ବିଶୃଙ୍ଖଳା । କଟ ସାହି ପଞ୍ଚାୟତର ୧ ନମ୍ବର ୱାର୍ଡର ଭୋଟ ରିଗିଂ ନେଇ ବୁଥରେ ଉତ୍ତେଜନା ଲାଗି ରହିଥିଲା । ଏହି ବୁଥର ପୁଲିଂ ଏଜେଣ୍ଟଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗଣ୍ଡଗୋଳ ପରିସ୍ଥିତି ଭିତରେ ବାଲାଟ ପେପର ନେଇ କିଛି ଦୁର୍ବୃତ୍ତ ପଳାଇଥିବା ଅଭିଯୋଗ ହୋଇଛି । ଏହି ବୁଥରେ ବର୍ତ୍ତମାନ ସମୟରେ ଭୋଟ ଦାନ ବନ୍ଦ ଥିବା ସୂଚନା ମିଳିଛି । ବିଶୃଙ୍ଖଳା ଘଟାଇଥିବା କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ । ସେହିପରି କଟକ ଜିଲ୍ଲା ନିଆଳି ବ୍ଳକର ପୋଖରୀ ଗାଁ ପଞ୍ଚାୟତ ୮ ନମ୍ବର ବୁଥରେ ମତଦାନ ବନ୍ଦ । ଜବରଦସ୍ତ ମତଦାନ ଅଭିଯୋଗ ପରେ ମତଦାନ ବନ୍ଦ ରହିଛି । ଏହା ସହ ନିଆଳି ପୋଖରୀ ଗାଁ ୧୯ ନମ୍ବର ବୁଥର ଭୋଟ ବାକ୍ସ ପୋଖରୀରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଏଥିପାଇଁ ଅଧାରୁ ଅଟକି ରହିଛି ମତଦାନ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଖରୀ ଗାଁରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଛନ୍ତି । ଆଜି ସରିବ ପଞ୍ଚାୟତ ଭୋଟ୍ । ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ୨୫ ଜିଲ୍ଲାର ୪୮ଟି ବ୍ଲକର ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି ମତଦାନ । ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେଉଛନ୍ତି ଭୋଟର । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ ୧୩ ହଜାର ୫୧୪ ବୁଥ୍ ପ୍ରସ୍ତୁତ କରାଯାଇଛି । ସେଭିତରୁ ୨ହଜାର ୨୭ଟି ବୁଥ୍ ସମ୍ବେଦନଶୀଳ । ମୋଟ ୪୧ ଲକ୍ଷ ୮୮ ହଜର ୩୮୨ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ୧୫ ବର୍ଷ ପରେ ସ୍ୱାଭିମାନ୍ ଅଞ୍ଚଳରେ ଭୋଟ ଗ୍ରହଣ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking