27.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶପାଲଘର ଲିଞ୍ଚିଙ୍ଗ୍ ମାମଲା; ମହାରାଷ୍ଟ୍ର ସରକାରଙ୍କ ସିବିଆଇ ତଦନ୍ତ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟଙ୍କ କ୍ଲିୟରାନ୍ସ

ପାଲଘର ଲିଞ୍ଚିଙ୍ଗ୍ ମାମଲା; ମହାରାଷ୍ଟ୍ର ସରକାରଙ୍କ ସିବିଆଇ ତଦନ୍ତ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟଙ୍କ କ୍ଲିୟରାନ୍ସ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପାଲଘରରେ ୨୦୨୦ରେ କେତେକ ଲୋକ ତିନିଜଣ ସାଧୁଙ୍କୁ ପିଟିପିଟି ମାରି ଦେଇଥିଲେ । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମାମଲାର ଶୁଣାଣି କରୁଥିବା ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁଜ ସଙ୍କେତ ଦେଇଛନ୍ତି । କୋର୍ଟ କହିଛନ୍ତି, ରାଜ୍ୟ ସରକାର ମାମଲା ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶର ଆବଶ୍ୟକତା ନାହିଁ । ଏହା କହିବା ସହିତ କୋର୍ଟ ମାମଲାର ଶୁଣାଣି ବନ୍ଦ କରିଦେଇଛନ୍ତି ।

ଗତ ଶୁଣାଣି ବେଳେ କୋର୍ଟ ମାମଲା ସିବିଆଇକୁ ଟ୍ରାନ୍ସଫର୍ କରିବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଅନୁମତି ଦେଇଥିଲେ । କୋର୍ଟ କହିଥିଲେ, ଯଦି ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ ତେବେ ଆମର ଦଖଲ ଦେବାର ଆବଶ୍ୟକତା ନାହିଁ । ତେବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉଥିବା ସଂକ୍ରାନ୍ତରେ ଆଫିଡେଭିଟ୍ ଦାଖଲ କରିବାକୁ କୋର୍ଟ ସରକାରଙ୍କୁ କହିଥିଲେ । ଶୁଣାଣି ବେଳେ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଥିଲେ, କ’ଣ ସିବିଆଇ ତଦନ୍ତ ପାଇଁ ପ୍ରସ୍ତୁତ ଅଛି? ଏହାର ଜବାବରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା, ଦୁଇଟି ଚାର୍ଜସିଟ୍ ଦାଖଲ ହୋଇସାରିଛି । ଯଦି ସିବିଆଇ ମାମଲାର ତଦନ୍ତ କରେ, ତେବେ ସରକାରଙ୍କର କୌଣସି ଆପତ୍ତି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking