18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ : ମ୍ୟୁଜିକ ଫେଷ୍ଟିଭାଲରୁ ମିଳିଲା ୨୬୦ ମୃତଦେହ

ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ : ମ୍ୟୁଜିକ ଫେଷ୍ଟିଭାଲରୁ ମିଳିଲା ୨୬୦ ମୃତଦେହ

 ବ୍ୟୁରୋ : ଉଗ୍ର ରୂପ ଧାରଣ କରିଛି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ । ଆଜି ତୃତୀୟ ଦିନରେ ପହଞ୍ଚିଲାଣି ଯୁଦ୍ଧ। ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱର ପ୍ରାୟ ୧୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଲାଣି । ୨୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ହାମାସ ଇସ୍ରାଏଲର ପ୍ରାୟ ୧୦୦ ଲୋକଙ୍କୁ ବନ୍ଦୀ କରି ରଖିଛି । ଇସ୍ରାଏଲ ସେବା ହାମାସ ଉପରେ ଲଗାତାର ଆକ୍ରମଣ କରୁଛି । ଇସ୍ରାଏଲର ଉଦ୍ଧାରକାରୀ ସଂସ୍ଥା ଜାକା ରିପୋର୍ଟ ଅନୁଯାୟୀ, ହାମାସ ଆକ୍ରମଣ ପରେ ଏକ ମ୍ୟୁଜିକ୍ ଫେଷ୍ଟରୁ ପ୍ରାୟ ୨୬୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଇସ୍ରାଏଲରେ ଅତିକମରେ ୧୦ ଜଣ ନେପାଳି ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଯୁଦ୍ଧରେ ୧୨ ଜଣ ଥାଇଲାଣ୍ଡ ନାଗରିକ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି ବୋଲି ଥାଇଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟର ଜଣେ ପ୍ରବକ୍ତା କହିଛନ୍ତି । ଇସ୍ରାଏଲ ହାମାସର ୪୦୦ ଫାଇଟରଙ୍କୁ ମାରିଛି । ଏହି ଯୁଦ୍ଧରେ ଇସ୍ରାଏଲର ୩୦ ସୈନିକ ମଧ୍ୟ ମରିଛନ୍ତି । ଇସ୍ରାଏଲ ଏୟାରଫୋର୍ସ ଏପର୍ଯ୍ୟନ୍ତ ହାମାସର ଅନେକ ସ୍ଥାନରେ ଆକ୍ରମଣ କରିଛି । ହାମାସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲିଡିଂ ଉପରେ ରକେଟ ମାଡ କରିଛି ଇସ୍ରାଏଲ । ଇସ୍ରାଏଲ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏଫିଲ ଟାଓ୍ଵର ଲାଇଟକୁ ବନ୍ଦ କରାଯାଇଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ମଧ୍ୟ ଇସ୍ରାଏଲକୁ ସମର୍ଥନ କରିଛନ୍ତି । ଇସ୍ରାଏଲର ସମର୍ଥନରେ ବାହାରିଛି ଆମେରିକା । ବିଶ୍ୱର ବିଭିନ୍ନ ଶକ୍ତିଶାଳୀ ଦେଶ ଇସ୍ରାଏଲକୁ ସମର୍ଥନ କରୁଛନ୍ତି । ଆମେରିକାର ଲଢୁଆ ବିମାନ ଆଲର୍ଟ ରହିଛି । ହାମାସର ନାଭାଲ କମାଣ୍ଡରଙ୍କୁ ଇସ୍ରାଏଲ ସେନା କଏଦ କରିଛି । ସୂଚନାଯୋଗ୍ୟ, ପୁରୁଣା ବିବାଦକୁ ନେଇ ପାଲେଷ୍ଟାଇନର ହମାସ ସଂଗଠନ ଶନିବାର ସକାଳେ ଅଚାନକ ଇସ୍ରାଏଲ ଉପରେ ରକେଟ୍ ମାଡ କରିଥିଲା । ବିଭିନ୍ନ ସ୍ଥାନରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ରକେଟ୍ ମାଡ କରିଥିଲା ହମାସ ସଂଗଠନ । ଏହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଯୁଦ୍ଧ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking