19.3 C
Bhubaneswar
Thursday, January 2, 2025
Homeଦେଶ ବିଦେଶଭୟରେ ପାକିସ୍ତାନର ଆତଙ୍କବାଦୀ

ଭୟରେ ପାକିସ୍ତାନର ଆତଙ୍କବାଦୀ

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀମାନେ ଲଗାତାର ଅଜ୍ଞାତ ଲୋକଙ୍କ ଶିକାର ହେଉଛନ୍ତି । ଏହାକୁ ନେଇ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଭୟଭୀତ ହୋଇପଡ଼ିଛନ୍ତି । କେବଳ ଆତଙ୍କବାଦୀ ସଂଗଠନ ନୁହନ୍ତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଛି । ପାକିସ୍ତାନରେ ଆତଙ୍କବାଦୀମାନେ ସୁରକ୍ଷିତ ନ ଥିବା ବେଳେ ଗୁଇନ୍ଦା ସଂସ୍ଥା ପାଇଁ କାମ କରିବାର ଫାଇଦା କ’ଣ ହେବ ବୋଲି ଆଇଏସଆଇ ଆଗରେ ପ୍ରଶ୍ନ ଉଠାଯାଉଛି । ଏଣୁ ଆତଙ୍କବାଦୀଙ୍କ ମନୋବଳ ବଢ଼ାଇବା ପାଇଁ ଆଇଏସଆଇ ଏକ ଜରୁରୀ ବୈଠକ ଡକାଇଛି । ଆତଙ୍କବାଦୀ ସଂଗଠନମାନେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନର ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା, ଯେଉଁଥିରେ ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନର ଅନେକ ପ୍ରମୁଖ କମାଣ୍ଡର ଙ୍କ ସମେତ ଅନ୍ୟ ଆତଙ୍କବାଦୀ ସଂଗଠନ ମଧ୍ୟ ସାମିଲ ଥିଲେ ।

ପାକିସ୍ତାନର ଭୀମ୍ବର କୋଟଲି, ଅବ୍ୱାସପୁର, ରାୱଲାକୋଟ, ହାଜିରାବାଦରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା । ଆତଙ୍କବାଦୀ ଶିବିରଗୁଡ଼ିକରୁ କ୍ରମାଗତ ଭାବେ ଭାରତକୁ ଆତଙ୍କବାଦୀଙ୍କୁ ପଠାଯାଉ ଓ ଭାରତର ବିଭିନ୍ନ ସହରରେ ଆତଙ୍କବାଦୀ ଆକ୍ରମଣ କରାଯାଉ ବୋଲି ବୈଠକରେ ସ୍ପଷ୍ଟ ଭାବେ କୁହାଯାଇଛି । ଅଜ୍ଞାତ ଲୋକଙ୍କ ଆକ୍ରମଣରେ ମରିଥିବା ଆତଙ୍କବାଦୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଏହି ବୈଠକରେ ଦାବି ଉଠିଥିଲା । ଗୁଇନ୍ଦା ସୂଚନା ଅନୁଯାୟୀ, ଏହି ବୈଠକରେ ପାକିସ୍ତାନରେ ଲସ୍କର କମାଣ୍ଡର ଅବୁ କାସିମ ଓରଫ ରିୟାଜ ଅହମ୍ମଦର ହତ୍ୟାକୁ ନେଇ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking