36.7 C
Bhubaneswar
Wednesday, June 17, 2026
Homeଦେଶ ବିଦେଶମତ୍ସ୍ୟଜୀବୀଙ୍କୁ ଧରିବାକୁ ଭାରତ ଆସିଥିଲା ପାକ ଜାହାଜ  

ମତ୍ସ୍ୟଜୀବୀଙ୍କୁ ଧରିବାକୁ ଭାରତ ଆସିଥିଲା ପାକ ଜାହାଜ  

ନୂଆଦିଲ୍ଲୀ : ସୋମବାର ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିବାକୁ ପାକିସ୍ତାନ ଜାହାଜ ଆସିଥିଲା। ଭାରତୀୟ ତଟରକ୍ଷୀ ଜାହାଜ ତାର ଉଦ୍ଦେଶ୍ୟ ପଣ୍ଡ କରିଦେଇଛି। ସମୁଦ୍ର ସୀମାରେଖା ନିକଟରେ ମୁତୟନ ଥିବା ଅଗ୍ରୀମ ପାକିସ୍ତାନୀ ଜାହାଜକୁ ଦେଖି ତତ୍କାଳ କାର‌୍ୟ୍ୟାନୁଷ୍ଠାନ କରିଥିଲା ଓ ପାକିସ୍ତାନୀ ଜାହାଜକୁ ସମୁଦ୍ର କ୍ଷେତ୍ରରେ ୨ ଘଣ୍ଟା ଧରି ପିଛା କରିଥିଲା । ଫଳରେ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ପାଇଁ ଉପାୟ ନପାଇ ପାକିସ୍ତାନୀ ଜାହାଜ ଫେରିଯାଇଛି। ପ୍ରତିରକ୍ଷା ଅଧିକାରୀଙ୍କ ଅନୁସାରେ ପାକିସ୍ତାନର ସମୁଦ୍ର ସୁରକ୍ଷା ଏଜେନ୍ସି ଜାହାଜ ପିଏମଏସ୍ ନୁସରତ, ଭାରତୀୟ ଜଳକ୍ଷେତ୍ରରେ ମାଛ ମାରୁଥିବା ‘କାଳ ଭୈରବ’ର ମତ୍ସ୍ୟଜୀବୀଙ୍କୁ ଧରିନେବା ପାଇଁ ଆସିଥିଲା। ଏଥିରେ ସୀମାରେ ମୁତୟନ କୋଷ୍ଟଗାର୍ଡ ଜାହାଜ ଅଗ୍ରୀମ ତତ୍ପରତା ପ୍ରଦର୍ଶନ କରିଥିଲା ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷା ଦେଇଥିଲା। ଏହି ସମୟରେ ଭାରତୀୟ କୋଷ୍ଟଗାର୍ଡ ଜାହାଜ ‘ଅଗ୍ରୀମ’ ଦୁଇଘଣ୍ଟା ଧରି ପାକିସ୍ତାନୀ ଜାହାଜର ପିଛା କରିଥିଲା। ଏଥିରେ ପାକିସ୍ତାନୀ ସମୁଦ୍ର ସୁରକ୍ଷା ବଳ ଭୟଭୀତ ହୋଇ ନିଜ ଜଳକ୍ଷେତ୍ରକୁ ଚାଲିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking