ନୂଆଦିଲ୍ଲୀ: ଆରବ ସାଗରରେ ସୋମାଲିଆ ଜଳଦସ୍ୟୁ (ଲୁଟେରା)ଙ୍କ କବଳରୁ ଭାରତୀୟ ନୌସେନା ସେମାନଙ୍କୁ ଉଦ୍ଧାର କରିବା ପରେ ଭାରତ ପାଇଁ ଜିନ୍ଦାବାଦ୍ରୀ ନାର ଲଗାଇଛନ୍ତି ପାକିସ୍ତାନୀ ନାଗରିକ । ରିପୋର୍ଟ ଅନୁସାରେ ପାକିସ୍ତାନର ଏକ ଜାହାଜକୁ ଆରବସାଗରରେ ସୋମାଲିଆ ଜଳଦସ୍ୟୁମାନେ ଅପହରଣ କରିନେଇଥିଲେ । ଏଥିରେ ପ୍ରାୟ ଜାହାଜର କ୍ୟାପ୍ଟେନ୍ ଓ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ପ୍ରାୟ ୨୩ଜଣ ନାଗରିକ ରହିଥିଲେ । ତେବେ ଜାହାଜ ଅପହରଣ ପରେ ଜଳଦସ୍ୟୁ ଏହି ୨୩ ପାକିସ୍ତାନୀ ନାଗରିକଙ୍କୁ ପଣବନ୍ଦୀ କରି ରଖିଥିଲେ ଏବଂ ଏମାନଙ୍କ ମୁକ୍ତି ପାଇଁ ପାକିସ୍ତାନ ସରକାରଙ୍କ ନିକଟରୁ ବଡ଼ ଦାବି କରିବା ଆରମ୍ଭ କରିଥିଲେ ।
ତେବେ ଭାରତୀୟ ନୌସେନା ଏସମ୍ପର୍କରେ ଅବଗତ ହେବା ପରେ ପରେ ସୋମାଲିଆ ଜଳଦସ୍ୟୁଙ୍କ ବିରୋଧରେ ଅପରେସନ୍ ଆରମ୍ଭ କରିଥିଲା । ଦୀର୍ଘ ୧୨ ଘଣ୍ଟା ଧରି ଚାଲିଥିବା ଭାରତୀୟ ନୌସେନାର ଏହି ଅପରେସନ୍ ଯୋଗୁ ସୋମାଲିଆ ଜଳଦସ୍ୟୁମାନେ ଭୟଭୀତ ହୋଇପଡିଥିଲେ ଏବଂ ପାକିସ୍ତାନୀ ଜାହାଜ ଏବଂ ନାଗରିକମାନଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ । ଜଳଦସ୍ୟୁଙ୍କ କବଳରୁ ମୁକ୍ତ ହେବା ପରେ ପାକିସ୍ତାନର ଏହି ନାଗରିକମାନେ ଭାରତୀୟ ନୌସେନା ପାଇଁ ଆଜି ସେମାନଙ୍କ ଜୀବନ ବଞ୍ôଚଯାଇଛି ବୋଲି କହିବା ସହ ଭାରତ ସପକ୍ଷରେ ନ।।ରାବାଜି କରିଛନ୍ତି । ସୂଚନାଯୋଗ୍ୟ, ଭାରତୀୟ ନୌସେନା ଆଇଏନ୍ଏସ୍ ତ୍ରିଶୂଳ ସହାୟତାରେ ଏହି ଅପରେସନ୍କୁ କାର୍ଯ୍ୟକାରୀ କରିଥିବା ବେଳେ ଏହା ସଫଳ ସାବ୍ୟସ୍ତ ହୋଇଛି । ଜାହାଜରେ ଥିବା ଲୁଟେରାଙ୍କ ଆତ୍ମସମର୍ପଣ କରିବା ପରେ ଭାରତୀୟ ନୌସେନା ଅଧିକାରୀମାନେ ଏମାନଙ୍କୁ ଗିରଫ କରିଥିବା ଜାଣିବାକୁ ମିଳଛି ।