26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଆମେରିକାକୁ ଅସ୍ତ୍ରଶସ୍ତ୍ର ବିକିଲା ପାକିସ୍ତାନ....

ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକିଲା ପାକିସ୍ତାନ….

ଇସଲାମାବାଦ : ଏକ ରିପୋର୍ଟ ଦାବି କରାଯାଇଛି ପାକିସ୍ତାନ ୟୁକ୍ରେନକୁ ଯୋଗାଇବା ପାଇଁ ଗୁପ୍ତଚର ଚୁକ୍ତି ଅନୁଯାୟୀ ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିଛି । ଏହାର ପ୍ରତିବଦଳରେ ଅର୍ଥନୈତିକ ସଙ୍କଟରେ ଘେରି ରହିଥିବା ପାକିସ୍ତାନକୁ ଆଇଏମଏଫ ଏକ ବେଲ ଆଉଟ ପ୍ୟାକେଜ ପ୍ରଦାନ କରିଛି । ଏହି ଦାବିକୁ ସମର୍ଥନ କରି ପାକିସ୍ତାନୀ ଏବଂ ଆମେରିକା ସରକାରୀ ଦଲିଲଗୁଡ଼ିକୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ପାକିସ୍ତାନ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅନଲାଇନ ଅନୁସନ୍ଧାନକାରୀ ୱେବସାଇଟ ଇଣ୍ଟରସେପ୍ଟ ଏହି ରିପୋର୍ଟ ପ୍ରକାଶ କରିଛି ରିପୋର୍ଟରେ କୁହାଯାଇଛି ୟୁକ୍ରେନ ସେନାର ବ୍ୟବହାର ପାଇଁ ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ଏହି ଚୁକ୍ତି ହୋଇଛି । ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତି ପାଇଁ ଆମେରିକା ପାକିସ୍ତାନ ଉପରେ ଚାପ ପକାଇଥିବା ଅଭିଯୋଗ ହୋଇଛି । ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଆଇଏମଏଫରୁ ତିନି ବିଲିୟନ ଡଲାରର ଏକ ବେଲ ଆଉଟ ପ୍ୟାକେଜ ପାଇଛି । ରିପୋର୍ଟ ଅନୁଯାୟୀ, କେବଳ ଆଇଏମଏଫରୁ ଏହି ବେଲ ଆଉଟ ପ୍ୟାକେଜ ପାଇବା ପାଇଁ ପାକିସ୍ତାନ ଆମେରିକାର ଚାପରେ ଏହି ଚୁକ୍ତି କରିଥିଲା ।

ତେବେ ପାକିସ୍ତାନ ବୈଦେଶିକ ବିଭାଗର ମୁଖପାତ୍ର ମମତାଜ ଜାହରା ବାଲୋଚ ଏହି ରିପୋର୍ଟରେ ଦିଆଯାଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛନ୍ତି । ସେ କହିଛନ୍ତି ରୁଷିଆ-ୟୁକ୍ରେନ ଯୁଦ୍ଧରେ ପାକିସ୍ତାନର ନୀତି କଠୋର ନିରପେକ୍ଷ ରହିଛି । କୌଣସି ଦେଶକୁ ଅସ୍ତ୍ରଶସ୍ତ୍ର କିମ୍ବା ଗୁଳିଗୋଳା ଯୋଗାଇ ଦିଆଯାଇ ନାହିଁ । ଅସ୍ତ୍ରଶସ୍ତ୍ର ରପ୍ତାନି ପାଇଁ ପାକିସ୍ତାନର କଡା ନିୟମ ରହିଛି । ସୂଚନାଯୋଗ୍ୟ ଜୁଲାଇରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା ପାକିସ୍ତାନ ଗସ୍ତ କରିଥିଲେ । ସେହି ସମୟ ମଧ୍ୟରେ କୁଲେବା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଖବରକୁ ପ୍ରତ୍ୟାଖ୍ୟାନ କରିଥିଲେ । ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅସ୍ତ୍ରଶସ୍ତ୍ର ବିକ୍ରୟ ପାଇଁ ପାକିସ୍ତାନ ୱାର୍ସରେ ଏକ ଫାର୍ମ ପ୍ରତିଷ୍ଠା କରିଥିବା ମଧ୍ୟ ଖବର ରହିଛି । ଏପ୍ରିଲରେ ବିବିସିଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ୟୁକ୍ରେନର ଜଣେ ବରିଷ୍ଠ କମାଣ୍ଡର କହିଛନ୍ତି ସେମାନେ ପାକିସ୍ତାନ ସମେତ ଅନେକ ଦେଶରୁ ଅସ୍ତ୍ରଶସ୍ତ୍ର ପାଇଛନ୍ତି । କିନ୍ତୁ ୟୁକ୍ରେନ ସରକାର ଏହାକୁ ଅସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking