ନୂଆଦିଲ୍ଲୀ: ଅପରେସନ ସିନ୍ଦୁରକୁ ନେଇ ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ । ସାମ୍ପ୍ରତିକ ସ୍ଥିତି ନେଇ ସେନା ଓ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ପାକିସ୍ତାନ ସେନାର ବଡ କ୍ଷୟକ୍ଷତି ଘଟିଛି ସୂଚନା ଦେଇଛନ୍ତି, କଣ୍ଣେଲ ସୋଫିଆ କ୍ୟୁରେଶୀ ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ।
ଆହୁରି କହିଛନ୍ତି, ପାକିସ୍ତାନ ଲଗାତାର ଆକ୍ରମଣ ଜାରି ରଖିଛି । ଗତକାଲି ୨୬ଟି ସ୍ଥାନରେ ଡ୍ରୋନ ଆକ୍ରମଣ ହୋଇଛି । ସବୁ ଡ୍ରୋନକୁ ସେନାପକ୍ଷରୁ ନଷ୍ଟ କରାଯାଇଛି । ପାକିସ୍ତାନ ଯୁଦ୍ଧ ବିମାନ ବ୍ୟବହାର କରିଛି । ଶ୍ରୀନଗରରେ ମେଡିକାଲକୁ ଟାର୍ଗେଟ କରାଯାଇଛି । ନିୟନ୍ତ୍ରଣ ରେଖାରେ ଗୁଳିମାଡ ଜାରି ରହିଛି । ଯାତ୍ରୀବାହୀ ବିମାନକୁ ଢାଲ କରୁଛି ପାକିସ୍ତାନ । ଅନେକ ମିଛ ଖବର ପ୍ରଚାର କରୁଛି ପାକିସ୍ତାନ । ଏସ-୪୦୦ ନଷ୍ଟ ହୋଇଥିବା ମିଛ କହୁଛି । ସବୁ କାଯ୍ୟାନୁଷ୍ଠାନର ଜବାବ ଦେଉଛି ଭାରତୀୟ ସେନା । ପାକିସ୍ତାନର କାଯ୍ୟାନୁଷ୍ଠାନ ଉସୁକାଇବା ଭଳି କରୁଛି । ପାକର ୪ଟି ଏୟାର ବେସକୁ ଧ୍ୱଂସ କରାଯାଇଛି ।
ଅନ୍ୟପଟେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟରେ କହିଛନ୍ତି , ପାକିସ୍ତାନକୁ ମୁହଁତୋଡ ଜବାବ ଦିଆଯାଉଛି । ଜନବସତିକୁ ପାକ୍ ଟାର୍ଗେଟ କରୁଛି ପାକିସ୍ତାନ। ପାକିସ୍ତାନ ଯୁଦ୍ଧ ବିମାନ ବ୍ୟବହାର କରୁଛି । ଆମର ଏସ-୪୦୦ ସମ୍ପୁଣ୍ଣ ଭାବେ ସୁରକ୍ଷିତ ଅଛି ।ଅନେକ ମିଛ ଖବର ପ୍ରଚାର କରୁଛି ପାକିସ୍ତାନ । ଏସ-୪୦୦ ନଷ୍ଟ ହୋଇଥିବା ମିଛ କହୁଛି ।