34.8 C
Bhubaneswar
Friday, March 28, 2025
Homeଦେଶ ବିଦେଶପାକିସ୍ତାନୀ ସେନା ଲୋକଙ୍କୁ ଆତଙ୍କବାଦୀ ହେବାକୁ ତାଲିମ ଦେଉଛି, ପିଓକେର କୋଟ୍‌ଲିରେ କ୍ୟାମ୍ପ ସ୍ଥାପନ କରିଛି...

ପାକିସ୍ତାନୀ ସେନା ଲୋକଙ୍କୁ ଆତଙ୍କବାଦୀ ହେବାକୁ ତାଲିମ ଦେଉଛି, ପିଓକେର କୋଟ୍‌ଲିରେ କ୍ୟାମ୍ପ ସ୍ଥାପନ କରିଛି ପାକ୍‌ ସେନା

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର (ପୋକ୍) ର ଚିତ୍ର ସାମ୍ନାକୁ ଆସିଛି ଏବଂ ଆତଙ୍କବାଦୀଙ୍କୁ ତାଲିମ ଦେବାରେ ପାକିସ୍ତାନର ସମ୍ପୃକ୍ତି ଥିବା ଜଣାପଡିଛି। ଏହି ଚିତ୍ରଗୁଡ଼ିକ ସୂଚିତ କରେ ଯେ ପାକିସ୍ତାନୀ ସେନା ସିଧାସଳଖ ଭାରତରେ ଆତଙ୍କବାଦୀ କାର୍ୟ୍ୟକଳାପକୁ ଅନୁପ୍ରବେଶ କରିବା ଉଦ୍ଦେଶ୍ୟରେ ବ୍ୟକ୍ତିବିଶେଷଙ୍କୁ ତାଲିମ ଦେବାର ପ୍ରଶିକ୍ଷଣ ଶିବିର ରହିଛି । ସୂଚନାନୁସାରେ, ପାକିସ୍ତାନୀ ସେନା ପାକିସ୍ତାନ ଅଧିକୃତ କାଶ୍ମୀରର କୋଟଲି ଅଞ୍ଚଳରେ ତାଲିମ ଶିବିର ପ୍ରତିଷ୍ଠା କରିଛି। ସେଠାରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀ ହେବା ପାଇଁ ପ୍ରୋତ୍ସାହନ ଓ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରଶିକ୍ଷଣ ଦିଆଯାଉଛି। ଆଜି ଏହି ପ୍ରଶିକ୍ଷଣ ଶିବିରର ଏକାଧିକ ଫଟୋଚିତ୍ର ପ୍ରକାଶିତ ହୋଇଛି। ପାକିସ୍ତାନ ସେନା ସ୍ଥାନୀୟ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବା, ଗରିଲା ଯୁଦ୍ଧ କୌଶଳ ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦେଉଛି। କେବଳ ଏହାନୁହେଁ, ପାକିସ୍ତାନର ପୂର୍ବ ସେନା କର୍ମଚାରୀ କିମ୍ବା କମାଣ୍ଡୋଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ପ୍ରୋତ୍ସାହିତ କରାଯାଉଛି। ଏକ ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ମୌସୁମୀ ଓ ଶୀତ ଋତୁର ପ୍ରାରମ୍ଭରେ ଭାରତର ଜମ୍ମୁ ଅଞ୍ଚଳର ପାହାଡ଼ିଆ ରାସ୍ତାଗୁଡ଼ିକ ଲୁଚିବା ନିମନ୍ତେ ଉତ୍କୃଷ୍ଟ ସୁଯୋଗ ଦେଇଥାଏ। ଆବୁଡ଼ାଖାବୁଡ଼ା ପାହାଡ଼ିଆ କ୍ଷେତ୍ର ଯୋଗୁଁ ଭାରତୀୟ ସେନା ନିମନ୍ତେ ଡ୍ରୋନ୍‌ ପରିଚାଳନାରେ ମଧ୍ୟ ସମସ୍ୟା ହୋଇଥାଏ।ଏହାର ସୁଯୋଗରେ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ନିମନ୍ତେ ବ୍ୟବସ୍ଥା କରନ୍ତି। ସଂପ୍ରତି ପାକିସ୍ତାନର ଏସ୍‌ଏସ୍‌ଜି (ସ୍ବତନ୍ତ୍ର ସେବା ଗ୍ରୁପ୍‌)ର ଅବସରପ୍ରାପ୍ତ ଯବାନଙ୍କୁ ଏମ୍‌-୪ ରାଇଫଲ୍‌, ଚୀନ ପ୍ରସ୍ତୁତ ସାଞ୍ଜୁଭେଦୀ ଗୁଳି ସହ ଭାରତ ମଧ୍ୟକୁ ପଠାଯାଇଛି। ପ୍ରତି ଗୋଷ୍ଠୀକୁ ସର୍ବନିମ୍ନ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଯେଉଁମାନେ ଏହି ଆତଙ୍କବାଦୀଙ୍କୁ ଭାରତରେ ପଶିବାକୁ ସହାୟତା କରୁଛନ୍ତି, ସେମାନଙ୍କୁ ୧୦ ହଜାରରୁ ୫୦ ହଜାର ଟଙ୍କା ପ୍ରଦାନ କରିଥାନ୍ତି। ଭାରତରେ ସେମାନଙ୍କୁ ଖାଦ୍ୟ, ବାସଗୃହ, ଗାଡ଼ି ଆଦି ଯୋଗାଉଥିବା ବ୍ୟକ୍ତିଙ୍କୁ ୫ରୁ ୬ହଜାର ଟଙ୍କା ଦିଆଯାଉଛି। ଆତଙ୍କବାଦୀମାନେ ସାମସଙ୍ଗ ଫୋନ୍‌, ୱାଇ-ଏସ୍‌ଏମ୍‌ଏସ୍‌, ଆଇକମ୍‌ ରେଡିଓ ସେଟ୍‌କୁ ଯୋଗାଯୋଗ ନିମନ୍ତେ ବ୍ୟବହାର କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking