26.1 C
Bhubaneswar
Wednesday, April 9, 2025
Homeଓଡିଶାବିଡି ଶ୍ରମିକଙ୍କ ପାଇଁ ପ୍ୟାକେଜ୍ ଘୋଷଣା ହେବ : ମୁଖ୍ୟମନ୍ତ୍ରୀ

ବିଡି ଶ୍ରମିକଙ୍କ ପାଇଁ ପ୍ୟାକେଜ୍ ଘୋଷଣା ହେବ : ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଆଣିଥିବା ବିଭିନ୍ନ ଯୋଜନା ଭଲ କି ନାହିଁ ବୋଲି ପଚାରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସରକାର ମାଗଣା ବିଜୁଳି ଦେବେ । ଜୁଲାଇ ମାସରୁ ବିଜୁଳି ବିଲ୍ ଆସିବ ନାହିଁ । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ଦଳର ନେତା ମିଛ କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ତେଣୁ ସେମାନଙ୍କୁ ବିଶ୍ୱାସ ନ କରି ବିଜେଡି ପ୍ରାର୍ଥୀଙ୍କୁ ଭରସିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଡି ଶ୍ରମିକଙ୍କ ପାଇଁ ପ୍ୟାକେଜ୍ ଘୋଷଣା ହେବ । ଚଳିତ ନିର୍ବାଚନରେ ସମ୍ବଲପୁରରେ ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏହାପୂର୍ବରୁ ପ୍ରଣବଙ୍କ ନାମାଙ୍କନପତ୍ର ଦାଖଲ ଦିନ ମଧ୍ୟ ତାଙ୍କର ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking