27.1 C
Bhubaneswar
Wednesday, June 26, 2024
Homeଓଡିଶାକୋଭିଡ୍ ରୋଗୀଙ୍କ ପାଇଁ୧୨ଶହ ଶଯ୍ୟା, ୯୬୦ ଅକ୍ସିଜେନ ପ୍ରସ୍ତୁତ

କୋଭିଡ୍ ରୋଗୀଙ୍କ ପାଇଁ୧୨ଶହ ଶଯ୍ୟା, ୯୬୦ ଅକ୍ସିଜେନ ପ୍ରସ୍ତୁତ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଗଞ୍ଜାମ ଜିଲ୍ଳା ସ୍ୱାସ୍ଥ୍ୟ ପ୍ରଶାସନ କୋଭିଡର ମୁକାବିଲା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି । ଗତ ଥରର ସ୍ଥିତିକୁ ଦୃଷ୍ଟିରେ ରଖି କର୍ତ୍ତୁପକ୍ଷ ସମସ୍ତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିଛନ୍ତି । ଜିଲ୍ଳାରେ ଏଯାବତ ମୋଟ୧୨ଶହରୁ ଊର୍ଦ୍ଧ୍ୱ କୋଭିଡ ଶଯ୍ୟା ପ୍ରସ୍ତୁତ ହୋଇାସାରିଛି । ଦୁଇ ଦିନ ପୁର୍ବେ ଜିଲ୍ଳାରେ ୭୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତ କାଳି ଏହି ସଂଖ୍ୟା କମିଛି। ଏହା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ପରିଲକ୍ଷିତ ହୋଇଛି ।

ସୂଚନା ଅନୁଯାୟୀ ଜିଲ୍ଳାରେ ଏଯାବତ୍ ମୋଟ ୯୬୦ଟି ଅକ୍ସିଜେନ ଯୁକ୍ତ ବେଡ ରହିଛି । ଏମକେସିଜି ପରିସରରେ ଦୁଇଟି ଡେଡିକେଟେଡ କୋଭିଡ ହସପିଟାଲ (ଡିସିଏଚସି) ମଧ୍ୟରୁ ଡିସିଏଚସି-୧ ପ୍ରସ୍ତୁତ ରହିଥିବା ବେଳେ ଅନ୍ୟ ଗୋଟିଏ ଡିସିଏଚସିକୁ ନୂତନ ଭାବେ ନିର୍ମିତ ସ୍ପେସିଆଲ କ୍ୟାବିନ କୋଠାରେ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏମକେସିିଜିରେ ରହିଥିବା କାଜୁଆଲଟିରେ ପୁର୍ବରୁ ଥିବା ଆଇସୋଲେସନ ବେଡକୁ ମିଶାଇ ଏଠାରେ ମୋଟ ୩୮୪ ବେଡ ଉପଲବଧ ହେବ । ସେହିଭଳି ଉପଖଣ୍ଡ ସ୍ତରୀୟ ହସପିଟାଲ ଗୁଡିକରେ ମଧ୍ୟ ପୁର୍ବଭଳି ବେଡର ବ୍ୟବସ୍ଥା ହୋଇଛି । ଶୀତଳାପଲ୍ଳୀ ସ୍ଥିତ ଟାଟା କୋଭିଡ ହସପିଟାଲରେ ଏବଂ କନିଷି ସ୍ଥିତ ଅଶ୍ୱିନୀ ହସପିଟାଲରେ ଚିକିତ୍ସା ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟ ପକ୍ଷରେ ଆଇସିଞୁ ବେଡ ମଧ୍ୟ ପ୍ରସ୍ତୁ୍‌ତି ଚାଲିଛି ।

ଏଯାବତ୍ ଏମକେସିଜିରେ ୯୪ଟି ବେଡ ରହିଥିବା ବେଳେ ଟାଟା କୋଭିଡ ଏବଂ ଅଶ୍ୱିନୀରେ ୫୦ ଲେଖାଏଁ ଆଇସିୟୁ ବେଡ ରହିଛି ବୋଲି ଜଣାପଡ଼ିଛି । ରାଜ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ ଯେହେତୁ ଓମିକ୍ରନ ଭାଇରସ ଦ୍ୱାରା ସଂକ୍ରମଣ ଖୁବ୍ ଶୀଘ୍ର ହେଉଛି, ତେଣୁ ଯେ କୌଣସି ବ୍ୟକ୍ତିଙ୍କ ଠାରେ ସାମାନ୍ୟ ମାତ୍ର ଲକ୍ଷଣ ଦେଖାଯିବା ମାତ୍ରେ ପରୀକ୍ଷା କରାଇନେବା ଉଚିତ ବୋଲି ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଏଥି ପାଇଁ ବ୍ରହ୍ମୁପୁରରେ ୩ଟି କେନ୍ଦ୍ର ରହିଛି । ସେଥି ମଧ୍ୟରେ ଗୋଟିଏ ସିଟି ହସପିଟାଲରେ, ଅନ୍ୟ ଦୁଇଟି ହୋମିଓ କଲେଜ ପରିସରସ୍ଥ କେନ୍ଦ ଏବଂ ଖ୍ରୀଷ୍ଟିଆନ୍ ହସପିଟାଲ ।

ଏଠାରେ ଆରଟିପିସିଆର ଟେଷ୍ଟ କରାଯାଉଛି । ଏହା ବ୍ୟତୀତ ଜିଲ୍ଳାର ସମସ୍ତ ୨୨ଟି ବ୍ଳକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଆଣ୍ଟିଜେନ ପରୀକ୍ଷା କରାଯାଉଛିି । ତେଣୁ ଜନସାଧାରଣ କୋଭିଡ ପରୀକ୍ଷା ପାଇଁ ସଙ୍କୋଚ ନ କରି ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ ବୋଲି କୁହାଯାଇଛି । ଏହା ସହ ଭିଡ ନ ଜମାଇବା ସହ ଭିଡ ଭିତରକୁ ନ ଯିବା ପାଇଁ ବିଏମସି ପ୍ରଶାସନ, ଜିଲ୍ଳା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରାଧ କରାଯାଇଛି । ଏହା ସତ୍ତ୍ୱେ ପ୍ରାୟ୬୦ ପ୍ରତିଶତ ଜନସାଧାରଣ ଏବେ ବି ମାସ୍କ ପିନ୍ଧୁନଥିବା ପରିଲକ୍ଷି୍‌ତ ହୋଇଛି । ସହରରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଅନ୍ତର୍ଗତ ହଷ୍ଟେଲ ଗୁଡିକୁ ଖାଲି କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking