26.1 C
Bhubaneswar
Tuesday, September 17, 2024
Homeଓଡିଶାଆମ ଓଡ଼ିଶା ନବୀନ ଓଡ଼ିଶାର ସଫଳତା ପାଇଁ ପ୍ରୟାସ; ୧୬ ଜିଲ୍ଲା ପାଇଁ ନିଯୁକ୍ତି ହେଲେ...

ଆମ ଓଡ଼ିଶା ନବୀନ ଓଡ଼ିଶାର ସଫଳତା ପାଇଁ ପ୍ରୟାସ; ୧୬ ଜିଲ୍ଲା ପାଇଁ ନିଯୁକ୍ତି ହେଲେ ୧୯ ସଂଯୋଜକ

ଭୁବନେଶ୍ୱର: ଆମ ଓଡ଼ିଶା ନବୀନ ଓଡ଼ିଶାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ ଜିଲ୍ଲା ନିମନ୍ତେ ୧୯ ସଂଯୋଜକ ନିଯୁକ୍ତି ଦେଇଛନ୍ତି । ଏମାନେ ନିଜ ନିଜ ଅଞ୍ଚଳରେ ଡିଜିଟାଲ ଭିତ୍ତିଭୂମିର ଉନ୍ନତୀକରଣ, ରାଜ୍ୟର ଜଗନ୍ନାଥ ସଂସ୍କୃତି ଓ ସମୃଦ୍ଧ ଓଡ଼ିଆ ସଂସ୍କୃତିର ବିକାଶ କରିବା ଦିଗରେ କାର୍ଯ୍ୟ କରିବେ । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନିକଟରେ ଆରମ୍ଭ କରିଛନ୍ତି ।

ଶନିବାର ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ନବନିଯୁକ୍ତ ସଂଯୋଜକମାନେ ହେଉଛନ୍ତି ଅନୁଗୁଳ-କୈଳାସ ଚନ୍ଦ୍ର ସାହୁ, ବାଲେଶ୍ୱର-ରଞ୍ଜନ ବାଗ, ଭଦ୍ରକ-ଡକ୍ଟର ସଂଜୟ ଦାସ, ଧର୍ମଗଡ଼ ଉପଖଣ୍ଡ-ଆଦିତ୍ୟ ନନ୍ଦ, କନ୍ଧମାଳ- ରାଜୀବ ପାତ୍ର, ଖୋର୍ଦ୍ଧା-ଶ୍ରୀମୟୀ ମିଶ୍ର, କୋରାପୁଟ ଉପଖଣ୍ଡ-ଲତା ସାହୁ, ଗଜପତି-ୱାଇ ରାମଚନ୍ଦ୍ର ରାଓ, ଭବାନୀପାଟଣା ଉପଖଣ୍ଡ-ବଦ୍ରିନାରାୟଣ ପଟ୍ଟନାୟକ, ଜୟପୁର ଉପଖଣ୍ଡ-ତୁଳସୀ କିର୍ସାନି । ସେହିପରି ସୁନ୍ଦରଗଡ଼ ଉପଖଣ୍ଡ-ଯୋଗେନ୍ଦ୍ର ସିଂ, ବାରିପଦା ଉପଖଣ୍ଡ-ସୁନୀଲ ଦାସ, ନବରଙ୍ଗପୁର-ମଞ୍ଜୁଳା ମାଝୀ, ନୟାଗଡ-ଗଙ୍ଗାଧର ପଣ୍ଡା, ନୂଆପଡ଼ା-ରାମଲାଲ ହଂସ, ରାୟଗଡ଼ା-ପି. ଗୌରୀଶଙ୍କର ରାଓ, ସମ୍ବଲପୁର- ସିଦ୍ଧାନ୍ତ ଦାସ, ମାଲକାନଗିରି-ଚିତ୍ତ ପଟ୍ଟନାୟକ ଓ ରାଇରଙ୍ଗପୁର ଉପଖଣ୍ଡ-ଅମରେନ୍ଦ୍ର କରଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଭାବେ ନିଯୁକ୍ତି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking