26.3 C
Bhubaneswar
Thursday, April 23, 2026
Homeଓଡିଶାଆମ ଓଡିଶା ନବୀନ ଓଡିଶାରେ ଜିଲ୍ଲାକୁ ମିଳିଛି ୩୨୮୩ କୋଟି ଟଙ୍କା

ଆମ ଓଡିଶା ନବୀନ ଓଡିଶାରେ ଜିଲ୍ଲାକୁ ମିଳିଛି ୩୨୮୩ କୋଟି ଟଙ୍କା

ଭୁବନେଶ୍ୱର : ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତ ୫୦ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଥିଲା । ଏ ବାବଦରେ ସମସ୍ତ ଜିଲ୍ଲାକୁ ମୋଟ୍‍ ୩୨୮୩ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ ଏହି ଯୋଜନାରେ ଝାରସୁଗୁଡା ଜିଲ୍ଲର ୭୮ଟି ପଞ୍ଚାୟତ ନିମନ୍ତେ ମୋଟ୍‍ ୩୭କୋଟି ୬୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ପୂଜାସ୍ଥଳୀ ନିକଟରେ ସୁବିଧା ତଥା ଐତିହ୍ୟସ୍ଥଳୀ ଗୁଡିକର ବିକାଶ, ପ୍ରାଥମିକ ବିଦ୍ୟାଳୟ/ କ୍ରୀଡା/ ମିଶନ ଶକ୍ତି ଭିତ୍ତିଭୂମିର ବିକାଶ, ଅନ୍ୟାନ୍ୟ ଗୋଷ୍ଠିଭିତ୍ତିକ ପ୍ରକଳ୍ପ ଇତ୍ୟାଦି ବର୍ଗରେ ମୋଟ୍‍ ୯୦,୬୨୪ଟି ଅନୁମୋଦିତ ପ୍ରକଳପ କାର୍ଯ୍ୟକାରୀ ହୋଇଛିା ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ହେବା ପରେ ତତ୍‍ ସମ୍ବନ୍ଧୀୟ ଖର୍ଚ୍ଚ ସାର୍ଟିଫିକେଟ (ୟୁସି) ପ୍ରଦାନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking