22.1 C
Bhubaneswar
Wednesday, January 29, 2025
Homeଓଡିଶାଆସନ୍ତା ୧୬ରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା

ଆସନ୍ତା ୧୬ରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା

କଟକ: ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି) ଲାଗି ଆଡମିଟ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯାଇଛି । ଫର୍ମପୂରଣ କରିଥିବା ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍‌ସାଇଟ୍‌ରୁ ଗୁରୁବାର ଠାରୁ ଆଡ୍‌ମିଟ୍ କାର୍ଡ ଡାଉନ୍‌ଲୋଡ୍ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଓଏସ୍‌ଏସ୍‌ଟିଇଟିର ପେପର-୧ ପରୀକ୍ଷା ଲାଗି ୫୧ ହଜାରରୁ ଅଧିକ ଫର୍ମପୂରଣ କରିଥିବାବେଳେ ପେପର-୨ ପରୀକ୍ଷା ଲାଗି ୨ ହଜାର ୬୨୭ ଜଣ ପରୀକ୍ଷାର୍ଥୀ ଅଛନ୍ତି । ଏହି ପରୀକ୍ଷା ଲାଗି ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ୍ ୨୧୯ ପରୀକ୍ଷା କେନ୍ଦ୍ର କରାଯାଇଛି । ପେପର-୧ ପରୀକ୍ଷା ପାଇଁ ୨୦୭ଟି ସେଣ୍ଟର ଓ ପେପର-୨ ପରୀକ୍ଷା ପାଇଁ ୧୨ଟି ସେଣ୍ଟର ରହିଛି । ଦୁଇଟି ଯାକ ପରୀକ୍ଷା ଆସନ୍ତା ୧୬ ତାରିଖ ପୂର୍ବାହ୍ଣ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର‌୍ୟ୍ୟନ୍ତ ଚାଲିବ । ୧୫୦ ମାର୍କ ବିଶିଷ୍ଟ ଏହି ପରୀକ୍ଷାରେ କୃତକାର‌୍ୟ୍ୟ ପାଇଁ ସାଧାରଣ ବର୍ଗଙ୍କ ଲାଗି ୪୫% ଏବଂ ଏସ୍‌ସି ଓ ଏସ୍‌ଟିଙ୍କ ଲାଗି ୩୫% ମାର୍କ ଧାର‌୍ୟ୍ୟ କରାଯାଇଛି । କପି ରୋକିବା ପାଇଁ ପରୀକ୍ଷାର୍ଥୀମାନେ ନିଜ ଜିଲ୍ଲା ବଦଳରେ ଅନ୍ୟ ଜିଲ୍ଲା ସେଣ୍ଟରରେ ପରୀକ୍ଷା ଦେବା ଲାଗି ବୋର୍ଡ଼ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking