28.1 C
Bhubaneswar
Tuesday, February 3, 2026
Homeସ୍ୱାଧୀନତା ଦିବସ- ୨୦୨୪ସ୍ୱାଧୀନତା ସଂଗ୍ରାମରେ ସାମିଲ ଥିଲେ ଓଡ଼ିଆ ନାରୀ

ସ୍ୱାଧୀନତା ସଂଗ୍ରାମରେ ସାମିଲ ଥିଲେ ଓଡ଼ିଆ ନାରୀ

ଭୁବନେଶ୍ୱର : ବର୍ଷ ବର୍ଷ ଧରି ଇଂରେଜ ସାଶନଅଧୀନ ଥିବା ଭାରତ ୧୯୪୭ ମସିହାରେ ମୁକ୍ତ ହୋଇଥିଲା। ଭାରତର ଏହି ମୁକ୍ତି ସଂଗ୍ରାମରେ ଝାସ ଦେଇ ଅନେକ ବୀର କାଳ କାଳ ପାଇଁ ଅମର ହୋଇ ରହିଯାଇଛନ୍ତି। ମାତୃଭୂମିର ସ୍ୱାଧୀନତା ପାଇଁ ଅନେକ ହସି ହସି ପ୍ରାଣବଳୀ ଦେଇଛନ୍ତି। ଆଉ ଆମେ ବି ଗର୍ବ କରୁ କାରଣ ଅନେକ ଓଡିଆ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଏଥିରେ ସାମିଲ ଥିଲେ। ଏହି ମହାନ ଆତ୍ମାମାନେ ନିଜର ସବୁକିଛି ତ୍ୟାଗକରି ଦେଶର ସ୍ୱାଧୀନତା ପାଇଁ ଆଗେଇ ଆସିଥିଲେ। ସେମାନେ ତାଙ୍କ ପରିବାର, ଘର-ଦ୍ୱାର, ଦୁଃଖ-ସୁଖକୁ ଭୁଲି ନିଜର ପ୍ରାଣକୁ ଦେଶର ସ୍ୱାଧୀନତା ପାଇଁ ଅର୍ପଣ କରିଦେଇଥିଲେ। ସେମାନଙ୍କ ନାଁ ବି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।
କୁନ୍ତଳା କୁମାରୀ ସାବତ :
ଓଡ଼ିଶାରେ ସ୍ୱାଧୀନତା ସମୟରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ସାବତ ଅନ୍ୟତମ । ସେ ଏକାଧାରରେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ।
ସେ ୧୯୦୧ ମସିହା ଫେବୃଆରୀ ୮ ତାରିଖରେ ବର୍ତ୍ତମାନ ଛତିଶଗଡ଼ର ବସ୍ତର ଜିଲ୍ଲାର ଜଗଦଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନା’ ଡାନିଏଲ ସାବତ, ସେ ପେଶାରେ ଡାକ୍ତର ଥିଲେ । ତାଙ୍କର ମା’ଙ୍କ ନା’ମ ମୋନିକା ସାବତ।ତାଙ୍କ ଜେଜେ ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ଥିଲେ। କୌଣସି କାରଣବଶତଃ ତାଙ୍କ ବାପା ବସ୍ତର ଜିଲ୍ଲାକୁ ଚାଲି ଯାଇଥିଲେ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲିଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ। ସେଠାରେ ତାଙ୍କ ବାପା ପୁନର୍ବିବାହ କରିବାରୁ ସେ ନିଜ ମା’ଙ୍କ ସହ ଓଡ଼ିଶାକୁ ଫେରିଆସିଥିଲେ। ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ।
ରମା ଦେବୀ :
ରମାଦେବୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ। ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ। ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ। ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ।
୧୯୨୧ ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ କଟକ କାଠଯୋଡି ବାଲି ଓ ବିନୋଦ ବିହାରୀ ପରିସରରେ ଦୁଇଟି ସାଧାରଣ ସମାବେଶରେ ଯୋଗଦେଇ ହରିଜନ, ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ। ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନ ପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ।
ସରଳା ଦେବୀ :
ସରଳା ଦେବୀ ୧୯୦୪ ମସିହାରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ ଜନ୍ମ ନେଇଥିଲେ। ସେ ପିଲାଟି ବେଳୁ ଶାନ୍ତ, ସରଳ, ଦୃଢମନା ଓ ସ୍ପଷ୍ଟବାଦୀ ଥିଲେ। ନିଜର ସାମାଜିକ ଚଳଣି, ଶିକ୍ଷା ଓ ସଂସ୍କାର ସହ କୌଣସି ପ୍ରକାର ଅବହେଳା କରୁ ନ ଥିଲେ।
ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଠିକ ଭାବରେ ପରିଚାଳନା କରିବା ପାଇଁ ଗୋପବନ୍ଧୁ ଦାସ ଚାହୁଁଥିଲେ। ସେଥିପାଇଁ ସେ ଗାନ୍ଧୀଜୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ସେହି ନିମନ୍ତ୍ରଣ ରକ୍ଷାକରି ଗାନ୍ଧିଜୀ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ। କଟକ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା।
ମାଳତୀ ଚୌଧୁରୀ :
ମାଳତୀ ଚୌଧୁରୀ ୨୬ ଜୁଲାଇ ୧୯୦୪ରେ ବିହାରର ଏକ ବ୍ରାହ୍ମଣ ପରିବାରରେ ବାପା ବାରିଷ୍ଟର କୁମୁଦ ନାଥ ସେନ ଓ ମାଆ ସ୍ନେହଲତା ସେନଙ୍କ ଠାରୁ ଜନ୍ମ ନେଇଥିଲେ। ବିଶ୍ୱକବି ରବିନ୍ଦ୍ରନାଥ ତାଙ୍କୁ ସ୍ନେହରେ ମିନୁ ଓ ଗାନ୍ଧୀଜୀ ତାଙ୍କୁ ତୁଫାନୀ ଡାକୁଥିଲା ବେଳେ ସେ ଓଡ଼ିଶାବାସୀଙ୍କ ଆଦରଣୀୟ ନୂମା (ନୂଆ ମା) ଭାବେ ପରିଚିତ ଥିଲେ। ସ୍ୱାଧୀନତା ସଂଗ୍ରାମର ପ୍ରଜାମଣ୍ଡଳ ଆନ୍ଦୋଳନରେ ସେ ଏତେ ମାତ୍ରାରେ ଜଡ଼ିତ ଥିଲେ ଇଂରେଜ ସରକାର ତାଙ୍କୁ “ଜୋଆନ୍‌ ଅଫ୍‌ ଆର୍କ” ନାମରେ ସମ୍ବୋଧନ କରୁଥିଲେ।
ମାଳତୀ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ଯେ କିଶୋରୀ ବୟସରେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। ୧୯୨୦ ମସିହା ଅସହଯୋଗ ଆନ୍ଦୋଳନରେ ସେ ଭାଗ ନେଇଥିଲେ। ନିଜର ପ୍ରେଚେଷ୍ଟାରୁ ସେ ଇଞ୍ଚୁଡ଼ି ଓ କୁଜଙ୍ଗରୁ ପ୍ରଥମେ ଶହେରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଆଣି ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ। ସେ ନିଜ ଗ୍ରାମରେ ଥିବାବେଳେ ନାରୀମାନଙ୍କ ଶିକ୍ଷା ପାଇଁ ରାତ୍ରି ପାଠଶାଳା ଆରମ୍ଭ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking